STORYMIRROR

Sagar Pradhan

Others

2  

Sagar Pradhan

Others

ମାୟା

ମାୟା

1 min
13.3K


ଚୋରି ହେଲା ବୋଲି କାନ୍ଦୁଛ କାହିଁକି

କଣ ଆଣିଥିଲ ସାଥେ

ଭାଙ୍ଗି ଗଲା ବୋଲି ଦୁଃଖିତ ହେଉଛ

ରୋଦନ କରୁଛ ପଥେ।

ଆଜି ଯାହା ତୁମେ ପାଶେ ରହିଅଛି

କାଲି ଥିଲା ଅନ୍ୟ ପାଶେ

କାଲି ପୁଣି ଅନ୍ୟ ପାଶେ ଚାଲିଯିବ

ଘଡି ନଲାଗି ନିମିଷେ।

ଯାହା ହେଉଥିଲା ଯାହା ବି ହଉଛି

ସବୁପୂର୍ବ ନିର୍ଦ୍ଧାରିତ

କାଲି ପାଇଁ ଆଜି ଚିନ୍ତିତ ହେଉଛ 

ମନରେ ରଖିକି ଭୀତ।

ଯାହାବି ପାଇଛ ଯାହାବି ଭୋଗିଛ

ସବୁତ ଦେଇଛି ବିହୀ

ମଲା ବେଳେ ତୁମେ ଏକା ଚାଲିଯିବ

ସାଥେ ଯିବେ ନାହିଁ କେହି।

ପରିବର୍ତ୍ତନ ତ ସଂସାର ନିୟମ

ପରିବର୍ତ୍ତନ ହିଁ ନୀତି

ପରିବର୍ତ୍ତନଟି ଅଟଇ ମାଧ୍ୟମ 

ହେବା ପାଇଁ ଦିନ ରାତି।

ମାୟାର ବନ୍ଧନେ ବାନ୍ଧି ହୋଇଯାଇ

ମୂଢ଼ ହେଉ ଜ୍ଞାନୀ ପ୍ରାଣୀ

ପରିବର୍ତ୍ତନ ହିଁ ସଂସାର ନିୟମ            

ଏକଥା ପାରୁନା ଜାଣି।

  *ସାଗର ପ୍ରଧାନ, ଗଞ୍ଜାମ*


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍