STORYMIRROR

Ramesh Chandra Behera

Others

5.0  

Ramesh Chandra Behera

Others

ମାନସୀ

ମାନସୀ

1 min
320


ଛୋଟିଆ ଝିଅ ସେ ଚଗଲି ମନଟେ

ନାମଟି ତାର ମାନସୀ

ଭାରି ଭଲ ଲାଗେ ଧରି ନେଲେ ତାକୁ

ହୋଇଯାଏ ଭାରି ଖୁସି । (୧)

ସକାଳୁ ସକାଳୁ ଡାକି ଦେଲେ ତାକୁ

ଆସିଥାଏ ଧାଇଁ ଧାଇଁ

ଟଣା ଟୁଣୀ ହେଉ ଆମେ ଦୁଇ ଜଣ

ତା ସାଥେ ଖେଳିବା ପାଇଁ । (୨)

ବଡ଼ ସାନ ନୁହଁ ସଭିଙ୍କ ସାଥିରେ

ଖେଳିଥାଏ ମିଳିମିଶି

କୋମଳ ହୃଦୟ ଭଲ ଲାଗେ ସେତ

ଯାଏନା କେବେ ସେ ରୁଷି ।(୩)

ଖିଲି ଖିଲି ହସ ଆନନ୍ଦ ଲାଗଇ

କେହି ନାହାନ୍ତି ତା ପରି

ଦିନ ଯାକ କଷ୍ଟ ଭୁଲି ଯାଉ ଆମେ

ତାହାକୁ କୋଳରେ ଧରି ।(୪)

ରମେଶ ଚନ୍ଦ୍ର ବେହେରା

ବାଟୀ, ସିମୁଳିଆ, ବାଲେଶ୍ୱର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍