ମାନସୀ
ମାନସୀ
1 min
313
ଛୋଟିଆ ଝିଅ ସେ ଚଗଲି ମନଟେ
ନାମଟି ତାର ମାନସୀ
ଭାରି ଭଲ ଲାଗେ ଧରି ନେଲେ ତାକୁ
ହୋଇଯାଏ ଭାରି ଖୁସି । (୧)
ସକାଳୁ ସକାଳୁ ଡାକି ଦେଲେ ତାକୁ
ଆସିଥାଏ ଧାଇଁ ଧାଇଁ
ଟଣା ଟୁଣୀ ହେଉ ଆମେ ଦୁଇ ଜଣ
ତା ସାଥେ ଖେଳିବା ପାଇଁ । (୨)
ବଡ଼ ସାନ ନୁହଁ ସଭିଙ୍କ ସାଥିରେ
ଖେଳିଥାଏ ମିଳିମିଶି
କୋମଳ ହୃଦୟ ଭଲ ଲାଗେ ସେତ
ଯାଏନା କେବେ ସେ ରୁଷି ।(୩)
ଖିଲି ଖିଲି ହସ ଆନନ୍ଦ ଲାଗଇ
କେହି ନାହାନ୍ତି ତା ପରି
ଦିନ ଯାକ କଷ୍ଟ ଭୁଲି ଯାଉ ଆମେ
ତାହାକୁ କୋଳରେ ଧରି ।(୪)
ରମେଶ ଚନ୍ଦ୍ର ବେହେରା
ବାଟୀ, ସିମୁଳିଆ, ବାଲେଶ୍ୱର
