STORYMIRROR

Puspita Dash

Others

2  

Puspita Dash

Others

ମାନିକିନ ତୁ ଯେ ସମ୍ଭ୍ରାନ୍ତ ପୋଷାକ

ମାନିକିନ ତୁ ଯେ ସମ୍ଭ୍ରାନ୍ତ ପୋଷାକ

1 min
14K


ମାନିକିନ ତୁ ଯେ ସମ୍ଭ୍ରାନ୍ତ ପୋଷାକେ

ରାଜପଥେ ଦେଖୁଥାଉ,

ମୁଁ ଯେ ଭବିଷ୍ୟତ ନାଗରିକ ଏଠି

ଦୁଃଖ ମୋ ଆଖିରେ ରହୁ;

ବାଳକଟିଏ ମୁଁ ଅର୍ଦ୍ଧ ଉଲଗ୍ନ

ହୃଦୟେ ଅନେକ ଆଶା,

ତୋ'ପରି ପୋଷାକ ପାଇବା

ପାଇଁ ମୋ ରହିଛି ରହିବ ନିଶା;

ଜରି ଅଖାଟିରେ ସ୍ଵପ୍ନ ଗୋଟାଏ

ବିଡମ୍ବିତ ଭାଗ୍ୟ ମୋର,

ଏପରି ପୋଷାକ ପିନ୍ଧିବାର ସ୍ଵପ୍ନ

ଦେଖିବାର ନାହିଁ ଅଧିକାର ।।


Rate this content
Log in