STORYMIRROR

Ramesh Chandra Behera

Children Stories

4  

Ramesh Chandra Behera

Children Stories

ମାମୁନି

ମାମୁନି

1 min
300


ଆଲୋ ମାମୁନି ଖେଳିବାକୁ ଯିବା

      ଛାତରେ ଦୁହିଁଏ ମିଶି ଖେଳିବା

କଥା କଟା କଟି ଜମା ହେବାନି

     କାହା ଖେଳନାକୁ ଆଉ ନେବାନି

ଆମ ଖେଳନାରେ ଆମେ ଖେଳିବା

       ଭାଇ ଭଉଣୀଙ୍କୁ ସାଥ କରିବା 

ଖେଳ ଖେଳିବା ଆମେ ଦୌଡ଼ି ଡିଆଁ

      ରାଗ ରୁଷା ଆଉ କରିବା କିଆଁ

ଗଢିବା ଆମେ ତ ବାଲିର ଘର

        ତା ପାଖେ କରିବା ଏକ ମନ୍ଦିର

ଭାତ ରାନ୍ଧିଦେବା ମିଛିମିଛିକା

        ଡାଲି ଭାତ ସହ ପିଆଜ ଲଙ୍କା

ମଜା ଆସିଯିବ ରାନ୍ଧିଲା ପରେ

          ଖାଇବା ତାହାକୁ ମିଛ ମିଛରେ

ଖେଳି ସାରି ଯିବା ନିଜ ଘରକୁ

          ଖିସି ହେବେ ମାଆ ଦେଖି ଆମକୁ 


Rate this content
Log in