STORYMIRROR

Chittaranjan Lenka

Others

3  

Chittaranjan Lenka

Others

ମାଗୁଣି ଏତିକି

ମାଗୁଣି ଏତିକି

1 min
13.6K


କେଉଁ ପୂଣ୍ୟ ବଳେ ଘୋର ଜଙ୍ଗଲରେ ମୃଗୁଣୀ ସହଜେ ହେଲା ତ୍ରାହି

କେଉଁ ପୂଣ୍ୟ ବଳେ କୁମ୍ଭୀର ନିକଟୁ ହାତୀଟି ଉଦ୍ଧାର ଗଲା ପାଇ

କେଉଁ ପୂଣ୍ୟ ବଳେ ବନ୍ଧୁ ମହାନ୍ତି କୁ ବନ୍ଧୁ କରିନେଲୁ ଖୁସି ହୋଇ

କେଉଁ ପୂଣ୍ୟ ବଳେ ରଘୁ ଅରକ୍ଷିତ ତୋ ଶ୍ରେଷ୍ଠ ଭକତ ଅଛି ରହି

ଜାଣେନାହିଁ ପୂଣ୍ୟ ଜାଣେନାହିଁ ପାପ ଯାହା ଇଚ୍ଛା ତାହା କରୁଥାଇ

କେବଳ ଜାଣିଛି ଯାହା କରୁଅଛି ସବୁଠି ତୋ ଇଚ୍ଛା ଅଛି ରହି

ମାଗୁନାହିଁ ହେବି ତୋ ବନ୍ଧୁ ଭକତ ଚାହୁଁନାହିଁ ବଇକୁଣ୍ଠ ପୂର

ମାଗୁଣି ଏତିକି ତୋ ପାଦ ଧୋଇବ ଝରୁଥିବା ଆଖି ଲୁହ ଧାର

ଭୁଲିଯିବି ମୁହିଁ ଏ ସାରା ଦୁନିଆ ଭୁଲିଯିବି ଜ୍ଞାତି ପରିବାର

ତୋତେ ଦେଖୁଥିବି ଖାଲି କାନ୍ଦୁଥିବି କାନ୍ଦି କାନ୍ଦି ପ୍ରାଣ ଯିବ ମୋର

ଚିତ୍ତରଞ୍ଜନ ଲେଙ୍କା,କଟକ


Rate this content
Log in