STORYMIRROR

DILIP KUMAR SAHOO

Others

3  

DILIP KUMAR SAHOO

Others

ମାଆ ବିରଜା

ମାଆ ବିରଜା

3 mins
173


ଜୟ ମା ବିରଜାଗୋ ଜଗତ ଜନନୀ

ମହିମାମୟୀ ମାଆ ସ°ସାର ପାଳିନୀ ।

ଶାନ୍ତି ପ୍ରଦାୟିନୀ ମା ଶକ୍ତି ପ୍ରଦାୟିନୀ 

ଅଭୟ ଦାୟିନୀ ମା ଦୂରିତ ନାସିନୀ ।

ଦୟାକର ମା ଏଇ ଅଧମ ସନ୍ତାନେ

ତୁମ କଥା ଲେଖିବାକୁ ଭାବିଛି ମନେ।

ନ ଆସିବା ପଦ ମାଆ ଦେବ ବତାଇ

ଜୟଜୟ ମାଆ ଗୋ ଜୟ ବିରଜାୟୀ ।

ଯଜ୍ଞପୁର ଯାଜପୁର ତୁମ ଆସ୍ଥାନ

ବୈତରଣୀ କରେ ମାଆ ମହିମା ଗାନ ।

ସେ ନଦୀ କୁଳେ ରାଜା ଯଜାତୀ କେଶରୀ    

ସହର ବସାଇଲେ ସେତ ଯଜ୍ଞ କରି ।

ଅଶ୍ୱମେଧ ଯଜ୍ଞ ଯେଣୁ ରାଜା କରିଲେ 

ଯଜ୍ଞପୁର ସହରର ନାମ ରଖିଲେ ।

ଯଜ୍ଞପୁର କାଳକ୍ରମେ ହେଲା ଯାଜପୁର    

ମାଆଙ୍କ ଯୋଗୁ ପୁଣି ସେ ବିରଜା କ୍ଷେତ୍ର ।

ସାରା ଭାରତବର୍ଷେ ମାଆଙ୍କର ଖ୍ୟାତି

କାହିଁ କେତେ ଦୂରୁ ନିତି ଭକ୍ତ ଆସନ୍ତି ।

ଜୟ ମାଆ ବିରଜା ଜଗତ ଉଛୁଳେ

ଶାନ୍ତି ମିଳଇ ତୁମକୁ ଡାକିଲେ ।

ଅପୂର୍ବ ସୁନ୍ଦର ମାଆ ତୁମ ମନ୍ଦିର

ମୁଗୁନି ପଥରେ ଗଢା ମୂର୍ତ୍ତି ତୁମର ।

ଭୂଗରଭେ ରହିଥିଲା ସେ ଭବ୍ୟ ମୂର୍ତ୍ତି

ବ୍ରହ୍ମା କଲେ ଯଜ୍ଞ ତୁମେ ହେଲ ଉତ୍ପତ୍ତି ।

ସେ ମୂରତୀ ଦୁଇଭୂଜା ଶକ୍ତି ରୂପିଣୀ

ଦୁର୍ଗାଙ୍କର ଅବତାର ସି°ହ ବାହିନୀ ।

ମହିଷାସୁର ମୂର୍ତ୍ତି ମହିଷୀ ରୂପରେ

ଯୁଝୁଛି ଅଷୁର ମା ତୁମରି ସାଥିରେ ।

ଶୂଳବିଦ୍ଧ କରିଛ ତୁମେ ତା ଛାତିରେ 

ଅଷୁର ପଡିଅଛି ତୁମରି ପାଦରେ ।

ଏକ ପାଦ ରଖିଛ ମା ଅଷୁର ଛାତିରେ

ଆନ ପାଦ ରଖିଅଛ ସି°ହ ଉପରେ ।

ଏକ ହାତେ ମହିଷାର ଲାଞ୍ଜ ଧରିଛ

ଆନ ହାତେ ଅଷୁରକୁ ଶୂଳରେ ବଧୁଛ ।

ପାଞ୍ଚ ଫୁଟ ଉଚ୍ଚ ତୁମ ଅପୂର୍ବ ମୂର୍ତ୍ତି

କି ସୁନ୍ଦର କମନୀୟ ମନ ମୋହେଟି ।

ପ୍ରସ୍ତରର ସି°ହାସନେ ବିଜେ ହୋଇଛ

ରଙ୍ଗ ବେରଙ୍ଗ ଫୁଲେ ବେଶ ହେଉଛ ।

କରୁଣାର ବାରିଧିକୁ ବୁହାଇ ଦେଇ

ଭକତଙ୍କ ମନ ନେଉଛ ମୋହି ....

ଦେବୀ ଭାଗବତରେତ ଲେଖା ଅଛି ଟି

କେମିତି ହୋଇଲା ମାଆ ତୁମରି ସୃଷ୍ଟି ।

ଦକ୍ଷ ସୂତା ସତୀ ତୁମେ ନିଜ ଇଚ୍ଛାରେ

ଶିବଙ୍କୁ ବରଣକଲ ପତି ରୂପରେ ।

ରାଗେ ଜରଜର ଦକ୍ଷ ନପାରି ସହି

ଉଆସରେ ଯଜ୍ଞ ଏକ କଲେ ଟି ସେହି ।

ସବୁ ମୁନି ଋଷି ସବୁ ଦେବ କିନ୍ନର

ନିମନ୍ତ୍ରଣ କଲେ ଦକ୍ଷ ରାଜନ ବର ।

ଡାକିଲେ ନାହିଁ ସେ ନିଜ ଝିଅ ଜ୍ୱାଇଁଙ୍କୁ

ବାଧିଲା କଥାଟି ଭାରି ଦେବୀ ସତୀଙ୍କୁ ।

ସ୍ୱାମୀଙ୍କଠୁ ଅନୁମତି ନେଇତ ସତୀ

ବିନା ନିମନ୍ତ୍ରଣେ ପିତ୍ରାଳୟେ ଗଲେଟି ।

ସତୀଙ୍କୁ ତ ଦେଖି ପିତା ଦକ୍ଷ ରାଜନ

ନ ଶଙ୍ଖୁଳି ଦେଲେ ତାଙ୍କୁ ସେ ଅପମାନ ।

ଅପମାନ ପାଇ ସତୀ ଭାବିଲେ ମନେ

କି ଲାଭ ଅଛି ଆଉ ଏଇ ଜୀବନେ ।

ଯଜ୍ଞ ସ୍ଥଳେ ଯାଇ ଦେବୀ ଯଜ୍ଞ କୁଣ୍ଡରେ

ପ୍ରାଣ ଝାସଦେଲେ ସେହି ଅଗ୍ନି ପିଣ୍ଡରେ 

ଆଖିପିଛୁଳାକେ ସେହି ଯଜ୍ଞ ଅନଳେ

ମାତା ସତୀ ଯେ ପ୍ରାଣ ହରାଇଲେ ....

ମହାଦେବ ମହାଯୋଗୀ ଯୋଗର ବଳେ

ସତୀଙ୍କର ଆତ୍ମହୂତୀ କଥା ଜାଣିଲେ।

ଦୁଃଖରେ କ୍ରୋଧରେ ଶିବ ହେଲେ ଅସ୍ଥିର

ତତ୍ କ୍ଷଣାତେ ଚଳିଲେ ସେ ଦକ୍ଷପୁର ।

ସତୀଙ୍କର ଅର୍ଦ୍ଧ ଦଗ୍ଧ ସେ ତନୁ ଶିରି

କଲେ ତାଣ୍ଡବ ନୃତ୍ୟ ଶିବ କାନ୍ଧେ ଧରି ।

ଶିବଙ୍କର ଦେଖି ସେହି କରାଳ ମୂର୍ତ୍ତି

ଥରହର ହେଲେ ଯେତେ ଥିଲେ ଅତିଥି ।

ସମସ୍ତେ ତ ହୋଇଗଲେ ସ୍ଥିର ନିଶ୍ଚୟ

ଶିବ କ୍ରୋଧେ ବ୍ରହ୍ମାଣ୍ଡେ ଘୋଟିବ ପ୍ରଳୟ ।

ସୃଷ୍ଟିକର୍ତ୍ତା ବିଷ୍ଣୁଙ୍କୁ ପ୍ରାର୍ଥନା କରିଲେ

ସହସା ପ୍ରଭୁ ଯଜ୍ଞ ସ୍ଥଳରେ ମିଲିଲେ ।

ଶିବଙ୍କ କରାଳ ରୂପ ପ୍ରଭୁ ଦେଖିଲେ

ଚକ୍ରପାଣି ସୁଦର୍ଶନ ଚକ୍ର ପେଶିଲେ ।

ଚକ୍ରରେ ସତୀଙ୍କର ସେ ମୃତ ପିଣ୍ଡ

ନିମିଷକେ ହୋଇଲା ଏକାବନ ଖଣ୍ଡ ।

ବିଭିନ୍ନ ସ୍ଥାନେ ପୀଣ୍ଡ ଛିଟିକି ପଡିଲା

ଶିବଙ୍କର କ୍ରୋଧ କ୍ରମେ ଶାନ୍ତ ହୋଇଲା ।

ସତୀଙ୍କ ଦେହାବଶେଷ ପଡିଲା ଯହିଁ

ଶକ୍ତିପୀଠ ପାଲଟିଲାତ ସେହି ...

ଯାଜପୁରେ ସତୀଙ୍କର ନାଭି ପଡିଲେ

ନାଭି କ୍ଷେତ୍ରେ ମାଆ ସେତ ବିରଜା ହେଲେ।

ଜଣାନାହିଁ କିଏ ଶିଳ୍ପୀ ଗଢିଲା ମୂର୍ତ୍ତି

ମୂର୍ତ୍ତି ସେତ ଅପରୂପ ପ୍ରାଚୀନ କିର୍ତ୍ତୀ ।

ସୋମବଂଶୀ ରାଜାମାନେ ମନ୍ଦିର ତୋଳି

ମାଆଙ୍କୁ ସ୍ଥାପନା କଲେ ଭକତି ଢାଳି ।

ମାଆଙ୍କ ମନ୍ଦିର ସେତ ଭାରି ସୁନ୍ଦର

ଲାଗଇ ସତେ ଯେମିତି ସରଗ ପୁର ।

ସିନ୍ଦୁରା ନଫାଟୁଣୁ ପହଡ ଖୋଲଇ

ସ୍ନାନ ପରେ ମାଆଙ୍କର ବେଶ ହୁଅଇ ।

ଫୁଲ ଅଳଙ୍କାରେ ମାଆ ବେଶ ହୁଅନ୍ତି

ରାଜରିଣୀ ବଶେ ମାଆ ଝଟକୁଥାନ୍ତି ।

ବେଶପରେ ମଙ୍ଗଳ ଆଳତୀ ଅର୍ପଣ

ବାଳଭୋଗ ଲାଗିହୁଏ ତାପରେ ଜାଣ ।

ମଧ୍ୟାହ୍ନରେ ଅନ୍ନଭୋଗ ଲାଗିହୁଅଇ

ତାପରେ ମନ୍ଦିରରେ ପହଡ ପଡଇ ।

ଅପରାହ୍ନେ ମନ୍ଦିର ଯେବେ ଖୋଲଇ

ଆଳତୀ ଅର୍ପଣ ପୁଣି ପୂଜା ହୁଅଇ ।

ସନ୍ଧ୍ୟାରେ ଆଳତୀ ରାତିରେ ପୂଜା ସରେ

ପହଡ ପଡେ ରାତି ପାଞ୍ଚ ଘଡିରେ ...

ପରମ ବୈଷ୍ଣବୀ ବୀରଜା ସେ ରୁଦ୍ରାଣୀ

ଶିବଶକ୍ତିମୟୀ ମା ବ୍ରହ୍ମସ୍ବରୂପିଣୀ ।

ମାଆଙ୍କର ବଡ ପର୍ବ ସେତ ଦଶରା

ଦଶରାରେ ହୁଏ ତାଙ୍କ ରଥଯାତରା ।

ଆଶ୍ୱିନ ଶୁକ୍ଳ ପକ୍ଷ ଶୁଭ ପ୍ରତିପଦରେ

ମାଆଙ୍କ ରଥଯାତ୍ରା ଆରମ୍ଭ ହୁଏରେ ।

ନଅଦିନ ଯାଏ ଚାଲେ ଏହି ଯାତରା

ଶୁକ୍ଳ ନବମୀ ରେ ଶେଷ ହୁଅଇ ପରା ।

ରଥ ପତାକା ଚିହ୍ନ ସିଂହ ପଶୁରାଜ

ରଥର ନାମ ତେଣୁ ହେଲା ସିଂହଧ୍ୱଜ ।

ମାଆଙ୍କ ବିଜେ ପ୍ରତିମା ରଥେ ବସନ୍ତି

ପ୍ରତିଦିନ ଅପରାହ୍ନେ ରଥ ଗଡନ୍ତି ।

ମନ୍ଦିର ବାହର ବେଢା ପରିକ୍ରମଣ

ହରିବୋଲ ହୁଳହୁଳି କମ୍ପେ ଗଗନ ।

ଭକତି ଭରେ ଭକତେ ରଥ ଟାଣନ୍ତି

ଭକତଙ୍କୁ ମହାମାୟା କୃପା ବାଣ୍ଟନ୍ତି ।

ଅପରାଜିତା ପୂଜା ମହାନବମୀ ରେ 

ମହିଷାସୁର ବଧତ ତହୁଁ ହୁଏରେ ।

ରଥଯାତ୍ରା ଶେଷକରି ବିଶ୍ୱ ଜନନୀ

ମନ୍ଦିରେ ପ୍ରବେଶ କରନ୍ତି ପୁଣି ....

ନାଭି କ୍ଷେତ୍ର ଯାଜପୁର ନାଭି ଗୟାଟି

ପିତୃପୁରୁଷଙ୍କୁ ଲୋକେ ପୀଣ୍ଡ ଦିଅନ୍ତି ।

ହୋମଯଜ୍ଞ କରାଯାଇ ପୂର୍ବ ପୁରୁଷେ

ପୀଣ୍ଡଦାନ କରାଯାଏ ମନ ହରଷେ ।

ସେଥିପାଇଁ ଭିଡ ହୁଏ ସାରା ବରଷ

ପୂର୍ବଜଙ୍କୂ ପୀଣ୍ଡଦାନ ମନ ହରଷ।

ମହାଳୟାତ ସେହି ପବିତ୍ର ତିଥିରେ

ବହୁସଂଖ୍ୟାରେ ଶ୍ରଦ୍ଧାଳୁ ଆସନ୍ତି କ୍ଷେତ୍ରେ ।

ସବୁଠାରୁ ବେଶି ପୀଣ୍ଡଦାନ ସେଦିନ

ମହକଇ ଚଉଦିଗ ବାସ ଚନ୍ଦନ ।

ବିରଜାଙ୍କ ବାରମାସେ ତେର ପର୍ବଟି

ତ୍ରିବେଣୀ ଆମାବାସ୍ୟା ମାଆଙ୍କ ଜନ୍ମ ଦିନଟି ।

ମାଘମାସ ଅମାବାସ୍ୟା ଅଟଇ ସେହି

ଅପୂର୍ବ ପବିତ୍ର ଦିନ ସେତ ଅଟଇ ।

ବ୍ରହ୍ମା ଦେବ ସେହିଦିନ ଯଜ୍ଞ କରିତ

ଭୂଗରଭୁ ମାଆଙ୍କୁ ତ ହେଲେ ପ୍ରାପତ ।

ଜନ୍ମ ଦିନରେ ମାଆଙ୍କ ଉଡଇ ଧ୍ବଜା

ସାବିତ୍ରୀ ବେଶରେ ମାଆ ପାଆନ୍ତି ପୂଜା ।

ଜୟଜୟ ବିରଜାଗୋ ମହିମାମୟୀ

ରଖିବ ଭକ୍ତଙ୍କୁ ଘଣ୍ଟ ଘୋଡାଇ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍