STORYMIRROR

Chittaranjan Lenka

Others

2  

Chittaranjan Lenka

Others

ମାଆ ବିରଜା (ପବିତ୍ର ଜନ୍ମ ତିଥି)

ମାଆ ବିରଜା (ପବିତ୍ର ଜନ୍ମ ତିଥି)

1 min
14K


ପୂଣ୍ୟ ବୈତରଣୀ     କୂଳରେ ଜନନୀ

ବସିଛୁ ବିରଜା ତୁହି

ଗୁପତରେ ରହି       ପୂଣ୍ୟ ମନ୍ଦୋଦରୀ

ତୋ ପାଦ ଦେଉଛି ଧୋଇ


ତୋ ପାଶକୁ ଆସି     ନିରାଶ ହୋଇଛି

ପାରିବନି କେହି କହି

ତୋ କ୍ଷେତ୍ରେ ଜନମ  ହୋଇ ଭାଗ୍ୟବାନ

ସର୍ବଦା ଗର୍ବ କରଇ


କର୍ପୂର ଆଳତି           ମନରେ ଭକତି

ଆଖିରେ ଆଣଇ ଲୁହ

ତୋ ମୁଖ ଚନ୍ଦନ      ତୁଣ୍ଡରେ ସେବନ

ବିନାଶ କରଇ ଭୟ


ଆଜି ତୋ ପବିତ୍ର       ଜନମ ତିଥି ମା

ପାରୁନି ତୋ ପାଶେ ଯାଇ

ଦୁଃଖ ବି ଲାଗୁନି          ଭାବୁଛି ଏତିକି

ମୋ ପାଶେ ଅଛୁ ମା ତୁହି


ଚିତ୍ତ ରଞ୍ଜନ ଲେଙ୍କା (କଟକ)©


Rate this content
Log in