STORYMIRROR

Pradeep Bandha

Others

3  

Pradeep Bandha

Others

ମା ତୁ ଆସିବୁ ବୋଲି

ମା ତୁ ଆସିବୁ ବୋଲି

1 min
13.2K



ମା ତୁ ଆସିବୁ ବୋଲିତ

ହସୁଛି ତୁଠ ପଥର

ହସୁଛିବି ନୀଳ କଇଁ

ହସେ ସାରା ଦୁନିଆ.....

ଢୋଲ ମାଦଳ ଝାଞ୍ଜରେ

କମ୍ପଇ ଆକାଶ

କମ୍ପେ ସାରା ବିଶ୍ୱ

ସଭିଏଁ ବାଇଆ..........॥


ପାର୍ବଣେ ସାଗର ବେଳାରେ

ନାଚୁଛି ନୀଳ ପାଣି

ନାଚେ ସାରା ସୃଷ୍ଟି

ନାଚନ୍ତି ଭକତ.....

ପାର୍ବଣ ପବନେ ଝୁଲେ ଗଛ ଡାଳ

ମାଟିବି ବାସୁଛି

ଫୁଲବି ହସୁଛି

ହସେ ଖିଲି ଖିଲି କ୍ଷେତ.........॥


ଶୂନ୍ୟରୁ ମହାଶୂନ୍ୟ ବାଣୀ

ନାରୀ ମନେ ଖୁସି ଅମାପ

ମହିଷା ହେବ ଅନ୍ତ...

କାଶତଣ୍ଡି ହସେ

ତବ ଆଗମନେ

ମୁଁ ବି ହସୁଛି

ଆସୁଛି ବୋଲି

ଜଗତ ଜନନୀ ମାତ.........॥



ପ୍ରଦୀପ ବନ୍ଧ. ଭଦ୍ରକ. ବାସୁଦେବ ପୁର. ରାଜଘର ପୋଖରୀ.

ଫୋନ୍...୮୦୭୨୭୮୩୨୨୦


Rate this content
Log in