ମା' ମଙ୍ଗଳା
ମା' ମଙ୍ଗଳା
1 min
171
କାକଟପୁର ବାସିନୀ ମାଆ ମଙ୍ଗଳା
ତୁମେ ସାହା ନହୋଇଲେ ବୁଡିଲା ଭେଳା
କେତେଆଡୁ କେତେ ଭକ୍ତ ଆସନ୍ତି ଧାଇଁ
ମଙ୍ଗଳା ମା'ପରି ଆଉ କେହି ତ ନାହିଁ
ଦେହରେ ଶୋଭାପାଉଛି ମନ୍ଦାରମାଳା
କାକଟପୁର ବାସିନୀ ମାଆ ମଙ୍ଗଳା ।
ଦିଅ ଶକ୍ତି ଆସୁ ଭକ୍ତି କରିବି ପୂଜା
ନାନା ସ୍ଥାନେ ଉଡୁଅଛି ତୁମରି ଧ୍ବଜା
ମାଗୁଅଛି କାନୀ ପାତି ଚେନାଏ କଳା
କାକଟପୁର ବାସିନୀ ମାଆ ମଙ୍ଗଳା ।
ତୁମେ କାତ୍ୟାୟନୀ ମା'ଗୋ ଅଭୟଦାୟିନୀ
ରକ୍ଷାକର ମତେ ମା'ଦୁର୍ଗତିନାଶିନୀ
ପରାଣ ଛାଡିଯିବଟି ଶୁଖୁଛି ଗଳା
କାକଟପୁର ବାସିନୀ ମାଆ ମଙ୍ଗଳା ।
ତୁମେ ସାହା ନ ହୋଇଲେ ବୁଡିଲା ଭେଳା
ଦୟାକରିଥିବ କାଳେ ହେ ଆଦିମାତା
ପୂରୁବ ଅରଜି କର୍ମେ ଜୀବନ ପିତା
କଳୀଯୁଗେ ପ୍ରାଚୀ ତଟେ ଲାଗିଛି ଲୀଳା
କାକଟପୁର ବାସିନୀ ମାଆ ମଙ୍ଗଳା ।
ତୁମେ ସାହା ନ ହୋଇଲେ ବୁଡିଲା ଭେଳା ।
