Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

shaikh mozahid mahatab

Others

3  

shaikh mozahid mahatab

Others

ଲୋହିତ_ଗୋଧୂଳି

ଲୋହିତ_ଗୋଧୂଳି

1 min
166



ସ୍ମୃତି ତୁମେ ଗୋଧୂଳି ବେଳାରେ

ଅସରନ୍ତି ଉଷା ଆଶା 

ସ୍ମୃତି ତୁମେ କ୍ଷୁଦ୍ର ଜଳଧାରେ

ବନ୍ୟାକାଂକ୍ଷା ପରିଭାଷା |


ସ୍ମୃତି ତୁମେ ଅମାବାସ୍ୟା ନଭେ

ପ୍ରେମେ ପ୍ରତାରିତା ଶଶି 

ସ୍ମୃତି ତୁମେ ପଡିଶା ବାଡିର

ଅପହଞ୍ଚ ଆମ୍ରକଷି |


ଏ ସନ୍ଧ୍ୟାର ଶୂନ୍ୟତା

ଏଠି ଯେମିତି ଖେଳେ ନୀରବତା 

ନିଃଶବ୍ଦ ସମୟେ ତୁମେ ଆସୁଛ

ଲାଗୁଛି କହିବ ଅକୁହା କଥା।


ଧୂଳି ଖେଳ ପାଇଁ ଧୂଳି ମୁଠେ ନାଇଁ 

ଗୋଧୂଳି ବି ରଙ୍ଗହୀନ 

ଗାଈଆଳ ଟୋକା ବଇଁଶୀ ଶୁଭୁନି 

ଚଉକତି ଭୋଟ ଚିହ୍ନ !


ଗୋଧୂଳି ଲୁଚିଲେ ବଳକା ସୂର୍ଯ୍ୟାସ୍ତ 

ଗେଣ୍ଡାଳିଆ ଡେଣା ତଳେ 

ପ୍ରେମିକ ପ୍ରବର କବିର କବିତା 

ଛାତି ତଳେ ଢେଉ ଖେଳେ !



Rate this content
Log in