STORYMIRROR

Rajabala Tripathy

Others

3.0  

Rajabala Tripathy

Others

କସ୍ତୁରୀ-ମୃଗ

କସ୍ତୁରୀ-ମୃଗ

1 min
13.2K


ତୁମକୁ ଖୋଜିଲି ଦିନେ

ଆକାଶରେ ପୃଥିବୀରେ

ସୁର୍ଯ୍ୟରେ ଚନ୍ଦ୍ରରେ

ମେଘ ଆଉ ପବନ ଭିତରେ।।

ବାକି କିଛି ରହିଗଲା ଭାବି

ଖୋଜିଲି ବି ନୀଳ ସମୁଦ୍ରରେ।।

ଖୋଜି ଖୋଜି ପାଇଲିଣି କିଛି

ସମୁଦ୍ରରେ ଢେଉ ପରି

ଆଶା ମୋର ମନେ ଗଲା ମିଶି।।

ହଠାତ ଶୁଣିଲି ତୁମ

ପ୍ରେମମୟ ସୁମଧୁର ସ୍ଵନ

ଆଲୋଡିତ ହେଲି ମୁହିଁ

ମୁଗ୍ଧ ହେଲା ତନୁ ମନ ପ୍ରାଣ।।

ଜାଣିଲି ମୁଁ ଏତେ ଦିନେ

ନାହଁ ତୁମେ ଅନ୍ୟ କେଉଁ ଆଡେ

ଅଛ ଯୁଗ ଯୁଗ ଧରି

ଦେହ ମନ ଆତ୍ମା ରେ ଆତ୍ମା ରେ।।

ମୃଗ ମୁଁ ଅଟଇ ତୁମେ

କସ୍ତୁରୀ ଯେ ମୋର ପ୍ରିୟତମ

ତୁମ ସୁଗନ୍ଧିରେ ମୁଁ ଯେ

ସୁବାସିତ ଜନ୍ମ ପରେ ଜନ୍ମ।।


రచనకు రేటింగ్ ఇవ్వండి
లాగిన్