STORYMIRROR

Gouranga Patel

Others

3  

Gouranga Patel

Others

କ୍ଷୀର

କ୍ଷୀର

1 min
160


ଏଇ ତ ଦେଖିଥିଲି ସବୁଜ ମଣ୍ଡିତ ଧାନକ୍ଷେତର ଗହଳ,

ମାଇଲ ମାଇଲ ବିସ୍ତାରି ଆଣ୍ଠୁଏ ଅଣ୍ଟାଏ ବହଳ ଧାନକ୍ଷେତ ଆଉ ଧାନକ୍ଷେତ ।।

ସରୁ ସରୁ କେଣ୍ଡା ସବୁ ଗୁନ୍ଥି ହୋଇ ଟିକି ଟିକି ସୂକ୍ଷ୍ମ ଫୁଲରେ,

ଦୋହଲୁଥାନ୍ତି ମୁଣ୍ଡଟେକି ସୁଁ ସୁଁ ବାତାବରଣରେ ।।

ଘାସ ସରସର ହିଡରେ ଶିଶିର ଜଡବଡ଼ ହୋଇ ଦିନେ ଦେଖିଲି, 

ଉଭାନ ହୋଇସାରିଛନ୍ତି ଧାନଫୁଲ ସବୁ କେଜାଣି କେମିତି ।।

ବଢିଯାଇଛି, ଧାନର ପେଟଗୁଡା,

ଆସ୍ତେ ଆସ୍ତେ ଦୁଇ ଆଙ୍ଗୁଠିରେ ଦବାଇ ଦେଖିଲି ଧାନର ପେଟଟା ।।

କ୍ଷୀର ବିନ୍ଦୁଟିଏ,

ବାହାରି ପଡ଼ିଲା ତା ମୁହଁ ବାଟେ।।

କ୍ଷୀର, ଏକ ନୂତନ କାୟାକଳ୍ପର ଉତ୍ସ ଯେମିତି,

କଅଁଳା ଛୁଆଟିଏ ମା କ୍ଷୀର ପିଇ ହୃଷ୍ଟପୃଷ୍ଟ ହେଲାପରି ।।

ପେଟେ କ୍ଷୀର ପିଇ, ଈଷତ ସବୁଜ କେଣ୍ଡାସବୁ ଜୁଆନ ହୁଅନ୍ତି,

କୃଷକର ହଜାର ହଜାର ଏକର ଜମି ସବୁ ସୁନାବରନ ପାଲଟି ଯାଆନ୍ତି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍