STORYMIRROR

Mithun Sahu

Others

2  

Mithun Sahu

Others

କରୁଣାକର କୃପାସିନ୍ଧୁ

କରୁଣାକର କୃପାସିନ୍ଧୁ

1 min
2.8K


ସୁଖ ଟିକେ ପାଇଁ ଦୁଃଖକୁ ସାଉଁଟି

ରଖିଛି ସାହାସ ମନେ,

ଜାଣି ମୁଁ ପାରୁନି କେତେ ଯେ ଯନ୍ତ୍ରଣା

ସହିବି ଏଇ ଜୀବନେ,,।।

ଦୁଃଖିଙ୍କ ଭାଗ୍ୟରେ ଲଦୁଅଛ ଯଦି

ଦୁଃଖର ଭଣ୍ଡାର ଖାଲି,

ସହିବାକୁ ପ୍ରଭୁ ଶକତି ଦିଅ ହେ

ମୁକତି ଦୁଆର ଖୋଲି,,।।

ଦୁଃଖିଟିଏ ଯେବେ ତୁମ୍ଭରି ପାଖରେ

ନିଜକୁ ସମର୍ପି ଦିଏ,

ସବୁକିଛି ସିଏ ଭୁଲିଯାଇ ସତେ

ତୁମ୍ଭକୁ ହିଁ ଡାକୁଥାଏ,,।।

କରୁଣା କର ହେ ତୁମ୍ଭେ କୃପା ସିନ୍ଧୁ

ଆଶିଷ ତୁମର ଢ଼ାଳି,

ତୁମ୍ଭରି ସଂସାରେ ଦୁଃଖ ଯେତେ ଅଛି

ସବୁତକ ଦିଅ ଜାଳି,,।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍