STORYMIRROR

Sudhir Kumar Panda

Others

4  

Sudhir Kumar Panda

Others

କର୍ମଯୋଗୀ

କର୍ମଯୋଗୀ

1 min
117



ଫୁଲେ ଫୁଲେ ଯେବେ  

ଘୁରି ବୁଲୁ ଥାଏ

ପରଜାପତି କି ଜାଣେ

ପରାଗରେଣୁକୁ 

ପାଦେ ବୋହି ନେଇ 

ନୂତନ ସୃଜନ ଆଣେ। 


ଗୁଣ୍ଡୁଚି ମୂଷାଟି 

ଫଳ ବୋହି ନେଇ

ମାଟିରେ ଲୁଚାଇ ଥାଏ 

ସିଏ କିବା ଜାଣେ 

ଏହି ଛୋଟ କାମ

ସୃଷ୍ଟିକୁ ଭିଆଇ ଥାଏ। 


ସ୍ବାତୀ ନକ୍ଷତ୍ରରେ 

ଜଳ ବୁନ୍ଦାଟିଏ

ସମୁଦ୍ର ଉପରେ ପଡେ 

ସେଇ ଏକ ବିନ୍ଦୁ 

ଶାମୁକା ପେଟରେ

ସୁନ୍ଦର ମୁକ୍ତାଟେ ଗଢେ। 


ସାହିତ୍ୟିକଟିଏ 

ଚେତନାକୁ ନେଇ

ଶବ୍ଦର ବିନ୍ଧାଣୀ ହୁଏ 

ପୁରସ୍କାର ପାଇଁ 

ନଥାଏ ତା ଲୋଭ

କୃତୀ ନିଦର୍ଶନ ଦିଏ ।


କର୍ମ ଯୋଗୀଟିଏ 

କର୍ମ କରିଯାଏ 

ଫଳର କାମନା ନାହିଁ 

ଅକର୍ମା ଯେତେକ 

ଲୋଭ ଓ ଈର୍ଷାରେ

ହେଉଥାନ୍ତ ହାଇଁପାଇଁ। 


କର୍ମ କରିଗଲେ 

ଫଳ ତ ମିଳିବ

ଏ କଥା ଅବଶମ୍ଭାବୀ

କର୍ମଯୋଗୀ ହୁଅ 

କର୍ମ କରିଯାଅ

ଫଳର କଥା ନ ଭାବି। 


© ସୁଧିର କୁମାର ପଣ୍ଡା ,ବ୍ରହ୍ମପୁର 9337782912


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda