Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amarnath Barick

Others

3  

Amarnath Barick

Others

କରିବା ସାଧୁ ସଙ୍ଗତ

କରିବା ସାଧୁ ସଙ୍ଗତ

1 min
167



କୁସଙ୍ଗ ହେବନି ଜୀବନରେ କେବେ

ହେବନି କୁପଥଗାମୀ

କହିବନି କେବେ ମିଥ୍ୟା କଥା ବାବୁ

ଦେଖୁଛନ୍ତି ଅନ୍ତର୍ଯ୍ୟାମୀ ।


କୁସଙ୍ଗରେ ଅଛି କୁଶିକ୍ଷା କୁକର୍ମ

କୁପଥରେ କଣ୍ଟା ଲହୁ

ମିଥ୍ୟା ବଚନରେ କେବଳ ଆଘାତ

ପାଇବନି କେବେ ମହୁ ।


ଛାଡିଣ କୁସଙ୍ଗ କର ସାଧୁ ସଙ୍ଗ

ହୋଇବ ଅମୃତ ତୁଲ୍ୟ

ଜୀବନ ହୋଇବ ସାର୍ଥକ ସଫଳ

ପାଇବ ତାହାର ମୂଲ୍ୟ ।


କୁସଙ୍ଗତ ସିନା ମିଳଇ ସହଜେ

କଷ୍ଟସାଧ୍ୟେ ମିଳେ ସାଧୁ

ଅବାଟରେ ଯିବା ସହଜ ଉପାୟ

ବାଟେ ଯାଅ ପଛେ ବାଧୁ ।


ଆଚରଣ ତେବେ ଜଣାପଡ଼ିଥାଏ

ସଙ୍ଗତ କେମିତି କା'ର

ଦାମୀ ବସ୍ତ୍ର ଦେହେ ଆବରଣ କଲେ

ଲୁଚେ ନାହିଁ କୁସଂସ୍କାର ।


ସଂସ୍କାର ସଂସ୍କୃତି ଆମ ପରମ୍ପରା

ଭୁଲିବନି ତାକୁ କେବେ

ସଙ୍ଗତ ସର୍ବଦା ରଖିବ ଏମିତି

ଆଦର କରିବେ ସର୍ବେ ।



Rate this content
Log in