STORYMIRROR

Ambika Swain

Others

3  

Ambika Swain

Others

କୋଣାର୍କ ଆଖିରେ ଅଶ୍ରୁ

କୋଣାର୍କ ଆଖିରେ ଅଶ୍ରୁ

1 min
14K


କବିତା ୧୬

କୋଣାର୍କ ଆମର କାରୁ କାର୍ଯ୍ୟମୟ

ସପ୍ତାଶ୍ଚର୍ଯ୍ୟେ ଅଟେ ଗଣା

ତାର ରୂପ ରାଜି ସୌନ୍ଦର୍ଯ୍ୟ ର କୀର୍ତ୍ତି

ମନ କରିଦିଏ ବଣ। ।

ଚନ୍ଦ୍ରଭାଗା କୁଳେ ଝାଉଁବଣ ମୂଳେ

କୋଣାର୍କ ହୋଇଛି ଠିଆ

ସୂର୍ଯ୍ୟ ଉଦୟ ର ଦୃଶ୍ୟ ମନୋହର

ଜନ ମନ କରେ ନିଆ

ଦେଖିଲେ ତାହାକୁ ରୂପ ଲାବଣ୍ୟ କୁ

ଆଖି ଯାଏ ରହି ଲାଖି

କିପରି ଚିନ୍ତିଲେ କିପରି ଗଢିଲେ

ବାର ଶହ ବଢେଇ ସାକ୍ଷୀ ।

ପଥର ଭିତରେ ନିହାଣ ମୁନରେ

ସ୍ପର୍ଶ ଦେଇ ଯାଦୁଗରୀ

ଲହୁ ଲୁହ ଦେଇ ଗଢି ଥିଲେ ସେହି

ମୂର୍ତ୍ତୀ କରି ଯାଦୁ ଗରୀ ।

ବାର ବରଷର ବାଳୁତ କୁମ୍ରର

ମାରିଥିଲା ମୁଣ୍ଡି କୋଣାର୍କ

ଧର୍ମପଦ ନାମ ରହିଲା ଯେ ଆମ

ଇତିହାସେ ତାର ଟେକ ।

ସେହି କୋଣାର୍କ ର କିରତି ରାଜିର

ସପନ ଯାଉଛି ହଜି

ଦିଶୁଛି ତାହାର ଭାଗ୍ନ ଶରୀର

ଖଣ୍ଡ ବିଖଣ୍ଡିତ ଆଜି ।

ହୃଦୟରୁ ତାର ନିଗୁଡୁଛି ଧାର

କୋହ ସେ ପାରୁନି ସହି

ଆଖିରୁ ଯାଉଛି ଠପ ଠପ୍ ହୋଇ

ଅଶ୍ରୁର ବନ୍ୟା ବହି

ସେ କହିବାକୁ ଚାହେଁ ଓଡିଶା ବାସୀଙ୍କୁ

ମୋତେ ରଖ ତୁମେ ଧରି

ଅନ୍ତ୍ରର ର ବ୍ୟଥା ଦୂର କରି ନିଅ

ଦିଅ ନାହିଁ ମୋତେ ମାରି ।

ହେ ମୋର ସ୍ରଷ୍ଟା ତୁମେ ଆଜି ନାହଁ

ହଜି ଯାଉଛି ମୋ ଚିତ୍ର

ମୁଁ ସପ୍ତାଶ୍ଚର୍ଯ୍ୟ ନିରାଶେ ଖୋଜୁଛ

ହୃଦୟେ ତୁମକୁ ମାତ୍ର ।

କିଏ ରୂପ ଦେବ ଅତୀତକୁ ମୋର

ହଜି ଯାଉଥିବା ସ୍ଥିତି

ସାହସ କରୁନି କେହି ଏଠି ଆଜି

ରଖିବାକୁ ମୋର ସ୍ଥିତି ।।

ହଜାଇ ଦିଅନି ହଜିବାକୁ ଚାହେଁନି

ମୋ ମାଟିର ଟେକ ଥାଉ

ସାରା ପୃଥିବୀରେ ମୋ କଳାର ସୁନାମ

ଉଜିବିତ ହେଉ ରହୁ ।।

++++++++++++++++++++++++(

ଅମ୍ବିକା ସ୍ୱାଇଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍