STORYMIRROR

Minakumari Tahala

Children Stories Tragedy

4  

Minakumari Tahala

Children Stories Tragedy

କନ୍ୟା ଭୃଣ

କନ୍ୟା ଭୃଣ

1 min
352

କନ୍ୟା ଭ୍ରୁଣ ଟିଏ କହୁଅଛି ମୁହିଁ

ନୀରବେ ଝରାଇ ଲୁହ

ମାଆର ଗର୍ଭରେ କନ୍ୟା ଭ୍ରୁଣ ବୋଲି

କାହିଁକି ମାରୁଛ କୁହ।


କନ୍ୟା ଲିଙ୍ଗ ବୋଲି ଜନମ ହେବାରେ

କେଉଁ ଅପରାଧ କଲା

ସୁନ୍ଦର ପୃଥିବୀ ଦେଖିବା ପୂର୍ବରୁ

ମୃତ୍ୟୁର ଶିକାର ହେଲା ।


ବିଶ୍ଵ ସ୍ରଷ୍ଟାଙ୍କର ଏ ସୁନ୍ଦର ସୃଷ୍ଟି

କନ୍ୟା ଓ ପୁତ୍ର ଙ୍କୁ ନେଇ

ଉଭୟେ ବଞ୍ଚିଲେ ଏ ବିଶ୍ବ ବଂଚିବ

ଗଢ଼ିଛନ୍ତି ପରା ବିହି।


କନ୍ୟାଟିଏ ନଥିଲେ ଖାଲି ପୁରୁଷ ରେ

ବିଶ୍ଵ କି ସୁନ୍ଦର ହେବ

ସବୁ ଜୀବନ କୁ ଉଭୟେ ଲିଙ୍ଗ ରେ

ଗଢ଼ି ଛନ୍ତି ବିଶ୍ଵ ଦେବ।


ମଣିଷ ଜୀବନେ କନ୍ୟା ଭ୍ରୁଣ ବୋଲି

କର କିଆଁ ହତାଦାର

ସମୟ କହିବ କନ୍ୟାର ମହତ୍ତ୍ଵ

ବିଶ୍ଵ ପାଇଁ ହିତକର।


କନ୍ୟା ଟିଏ ମୁହିଁ ଗଢିବି ଦେଶକୁ

ରଖିବି ସୁନାମ ଜାତିର

ପୁତ୍ର ଓ କନ୍ୟା ର ସମ ଅଧିକାର

କାହିଁକି ପାତର ଅନ୍ତର।


ସୃଷ୍ଟିର ଦୁଇ ଟି ଅଙ୍ଗ ଅଟେ ପରା

ପୁତ୍ର ଓ କନ୍ୟାକୁ ନେଇ

ଏକଇ ଅଙ୍ଗଟି ନଷ୍ଟ ହୋଇଗଲେ

ବିଶ୍ଵ କି ଚାଲିବ ଭାଇ।


ତେଣୁ ମୁଁ କହୁଛି କନ୍ୟା ଭ୍ରୁଣ ଆଜି

ମୋତେ ବି ଆଦର କର

ମୋ ଲାଗି ହସିବ ସୁନ୍ଦର ଦୁନିଆ

ହସିବ ସୁନ୍ଦର ପୁର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍