କଳିଆର ଭବ
କଳିଆର ଭବ
ହ୍ରୁଦୟ ର ଲୁହ ହୁଦୟେ ଜଳିବ
ଆମ ହୁଦୟେ ଲିଭିବ
କିଏ ବା ବୁଝିବ କହ ରେ କାଳିଆ
କିଏ କାହିଁ ବୁଝିବ ।
ଯାଦୁ କଲା ପରି ଲାଗିଲା ମୋ ଡୋରି
ତୋର ମୋର ଭାବ
ମୋ ଭାବର ଅଭାବ କିଏ ବା ଭୁଝିବ
କିଏ କାହିଁ ବୁଝିବ।
ଆମ ଭିତରେ ଥାଉ ମୁଁ ମହାଦୁଃଖି
ତୁ ମହାବାହୁ
ଜନ୍ମ ଜନ୍ମ କୁ ଥାଉ ରେ କାଳିଆ
ତୁ ମହାବାହୁ।
ଭାବରେ ବନ୍ଧା ତୁ ଭାବ ବିନୋଦିଆ ଆଭାବକୁ ଦୁର
ତୋ ଶ୍ରୀମନ୍ଦିରେ ସତେ କି ମୋ ପାଦ
ପଡିବ ଧନ୍ୟ ରେ ଠାକୁର।
ଧନ୍ୟ ହେବି ମୁଁ ଧନ୍ୟ ହେବ ଜୀବନ
ଲଗେଇ ଦେରେ ଡୋରି
ଯିବି ମୁଁ ପୁରୀ ଆଉ କରିବିନି ଡେରି
ହରି ହରି କର ପାରି।
ତୋ ଶ୍ରୀ ମୂଖ କୁ ଦର୍ଶନ କରି କାଳିଆ
ତୋର ନାମ ଧରି
ଆନନ୍ଦ ବଜାରେ ପ୍ରସାଦ ମୁଁ ସାରି
ଯିବି ମୁଁ ପାରି।
ବାଇଶି ପାହାଚ ଗଡ଼ି ଗଡି ଯିବି
ମୁକ୍ତି ରୁ ହେବି ପାରି
ତୋ ମୁକ୍ତି ମଣ୍ଡପ ତୋ କଳ୍ପବଟ ପାଖ
ମାନସିକ ମୁଁ କରି।
ଠିଆ ହୋଇ ଦେଖେ ତୋ ନୀଳଚକ୍ର
ଆଜି ଲାଗିଛି ମୋ ଡୋରି
ଧନ ମାଗୁ ନାହିଁ ଜନ ମାଗୁ ନାହିଁ
ଶୁଣ ମୋ ଗୁହାରି ।
ମାଗୁଛି ଶରଧା ବାଲିରୁ ଟିକେ
ଏତିକି ମୋ ଗୁହାରି
ସ୍ବର୍ଗ ଦ୍ବାର ମୋ ଜୁଇ ଜଳାଇବୁ ସତେ
ଏତିକି ମୋ ଅଳିରେ
ଏତିକି ମୋଅଳି ଏତିକି ମୋ ଅଳି
ଏତିକି ମୋ ଅଳି।