STORYMIRROR

Chittaranjan Lenka

Others

2  

Chittaranjan Lenka

Others

କଳାବଦନ

କଳାବଦନ

1 min
2.1K


ଯା ଛଡା ତୁଲସୀ ତୁଣ୍ଡେ ଥାଏ ପଶି

ଯଦି ମରଣ କାଳରେ

ଯମରାଜା ମଧ୍ୟ ଭୟ କରିଥାନ୍ତି

ନେବାପାଇଁ ଯମପୁରେ

ଯା ପବିତ୍ର ନାମ ମରଣ କାଳରେ

ଯଦି କାନ ଶୁଣି ଦିଏ

ଯେତେପାପ ଥାଉ ମରଣ ସାଙ୍ଗରେ

ସେ ସବୁ ବି ମରିଯାଏ

ସେ ଭଳିଆ ଭାଗ୍ୟ ହେବକି ମୋହର

କହରେ କଳାବଦନ

ଉଦ୍ଧରିବି ଏହି ମଣିଷ ଜନ୍ମରୁ

ତୋ ପାଦରେ ହେବି ଲୀନ

ଚିତ୍ତରଞ୍ଜନ ଲେଙ୍କା,କଟକ


Rate this content
Log in