Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binaya Bhusan Panigrahi

Others

3  

Binaya Bhusan Panigrahi

Others

ଖସୁଥିବି; ଛୁଇବିନି ଭୂଇଁ

ଖସୁଥିବି; ଛୁଇବିନି ଭୂଇଁ

1 min
304



ଖିଆଲି ଚିତ୍ରକର ମୁଁ

ରଙ୍ଗୀନ ଫଗୁଣର ଚେହେରା ଆଙ୍କିଛି

ତରଳ ହସବୋଳା ତୁମର ସେ

ମିଠାଳିଆ ଅଧର ଉପରେ।

ସ୍ୱପ୍ନରେ ଏମିତି ବିଭୋର ଯେ

ଓହଳିଛି ପେନ୍ଥାଏ ବଉଳ ଭଳି

ମୋ'ନିଜର ନୂଆଁଣିଆ ଆଶାର ଡାଳରେ।।


ଆୟୁଷ ର ଶେଷ କଉଡ଼ିଟି

ହୁଗୁଳା ଅଣ୍ଟିରୁ କାଢି

ତମ ହାତେ ଦେଇଦେବା ପରେ

ତମ ହାତ ଆଗକୁ ବଢିଛି ଦେଖି

ଅଣ୍ଡାଳୁଛି ଅଣ୍ଟି ଆଉଥରେ ।


ବୃନ୍ତଚ୍ୟୁତ ପାଚିଲା ଫଳ ମୁଁ

ଭୁଇଁକୁ ଛୁଇଁବା ଆଗରୁ

ବିସ୍ମରି ଯାଇଛି ଭବିଷ୍ୟ,

ଉଡେଇ ଦେଇଛି ମନ

ଖୋଲା ଆକାଶରେ।।


ସ୍ୱପ୍ନରେ ବିଭୋର କୋଇଲିଟେ ଆସି

ଚଂଚୁରେ ଉଖାରୁଛି ମୋତେ,

ଗାଉଛି ପ୍ରଣୟ ସଙ୍ଗୀତ

ଅହରହ ପଞ୍ଚମ ତାନରେ।

ଅଳ୍ପକିଛି ବାକିଥିବା ଲୁହ

ବୋହୁଛି ଯମୁନାର କ୍ଷୀଣ ଧାର ପରି

"ତଥାପି ଆଶାବାଦୀ ସାହଜାହାନ"ସାଜି

ମମତାଜ ଗୋ,

ଖୋଜୁଛି ତୁମକୁ ଆଜି

ସ୍ୱପ୍ନର ତାଜ ମହଲରେ।।


ମିଳୁନାହଁ ବୋଲି ସମ୍ଭବତଃ,

ଅବିଶ୍ରାନ୍ତ ଅଂନ୍ୱେଷଣ ମୋର

ବିରାମର ନାଁ ନେଉନାହିଁ,

ଲମ୍ବି ଚାଲିଛି ସ୍ୱପ୍ନ,

ଲମ୍ବି ଚାଲିଛି ଯନ୍ତ୍ରଣା,

ତୁଳି ମୋ'ର ଅସମର୍ଥ

ଦେବାପାଇଁ ଶେଷ ସ୍ପର୍ଶ

ଅଦ୍ୟାବଧି ଅସମ୍ପୂର୍ଣ୍ଣ

ତୁମପାଇଁ ତୋଳିଥିବା

ସ୍ୱପ୍ନ ମହଲର ଦୁଆର ବନ୍ଧରେ।


ସେବେଠୁଁ ଖସୁଛି ଯେ ଖସୁଛି

ଆକାଶରୁ ଆକାଶ ଆଡକୁ

ଶେଷ ନାହିଁ ଯା'ର,

ଏଇମିତି ଖସୁଥିବି-ଖସିଚାଲିଥିବି,

ଅବିଶ୍ରାନ୍ତ ଖସିବା ଭିତରେ କିନ୍ତୁ

ଥରେ କେବେ ଛୁଇଁବିନି ଭୂଇଁ

ବାରମ୍ବାର ଛୁଉଁଥିବି ଆକାଶକୁ,

ଭାସୁଥିବି ସୁନୀଳ ସ୍ୱପ୍ନରେ।।

=======【ମିଟୁ】=======

ବିନୟ ଭୂଷଣ ପାଣିଗ୍ରାହୀ (ମିଟୁ )

ହରସିଂହ ପୁର,ପୀରହାଟ ବଜାର

ଭଦ୍ରକ,ଓଡିଶା-୭୫୬୧୩୧

ମୋ:୯୯୩୭୫୪୮୪୩୧

୯୪୩୮୬୭୦୧୨୦

-------------------

ପ୍ଲଟ୍ ନଂ-୩୪୨,ସେକ୍ଟର୍-୫,ନିଳାଦ୍ରୀ ବିହାର୍,

ଚନ୍ଦ୍ରଶେଖର୍ ପୁର,ଭୂବନେଶ୍ୱର-୭୫୧୦୨୧,ଓଡିଶା

==================


Rate this content
Log in