STORYMIRROR

Ajita Mishra

Others

3  

Ajita Mishra

Others

ଖିଏ ହସ

ଖିଏ ହସ

1 min
398

ବନ୍ଧୁ ତୁମେ

ହଠାତ୍ ଭିଡିଓ

କଲ୍ ଟିଏ କଲ

ମୃଦୁ ମୃଦୁ ହସୁଥିଲ

ତୃପ୍ତି ର ହସ

ଖବ୍ ସ୍ୱଳ୍ପ

ବିଚଳିତ ହେଲି

ଅନୁଭବରେ

ଯେମିତି ଚତୁର୍ପାଶ୍ୱରେ

ସବୁକିଛି ପ୍ରାଣବନ୍ତ...

ପ୍ରତିପଦା ପରେ

ଆକାଶର ଜହ୍ନପରି

ମୁହଁ ରେ ମୋ

ହସ ଲାଖିଥିଲା

ଅନିଚ୍ଛାରେ କାମର

ବାହାନା କଲି

ଫୋନ୍ ଅଫ୍ ହେଲା


ମନ କହୁଥିଲା

ମଣିଷ କେଡ଼େ

ଭାଗ୍ୟବାନ ସତେ....

ପଶୁ ଟିଏ ହସି

ପାରେ ନାହିଁ

ସବୁକିଛି

ସଂସାର ରେ

କ୍ଷଣସ୍ଥାୟୀ ...

ଘାତ ପ୍ରତିଘାତ

ସହୁଥିବା ମଣିଷଟିପାଇଁ

ହସ ଖିଏ ସ୍ୱପ୍ନ ...

ଆନନ୍ଦରେ ମସ୍-ଗୁଲ୍ ହୋଇ

ମୋନାଲିସା ର ହସରେ

ରୋମାଞ୍ଚିତ ହେଲି....

ଦିନ ତମାମ୍

ହସର ଫୁଆରା

ସଭିଙ୍କୁ ବାଣ୍ଟିଲି ....


🙏ଜୟ ଜଗନ୍ନାଥ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍