କହିବକି ଥରେ
କହିବକି ଥରେ
1 min
13.2K
କହିବକି ଥରେ,
କ'ଣ ଭଲ ଲାଗେ ମୋର???
ମୋ ଅବ୍ୟକ୍ତ ଭାଷା,ଅବା ବାକ୍ ଚପଳତା
ସ୍ମିତହାସ୍ୟ ପଛ ନିଃଶବ୍ଦ ବାର୍ତ୍ତା।
ଖୋଲା ହସ ଭିତରର ଅକୁହା ବେଦନା
ମୋ ନୀରବତାରେ ପ୍ରେମର ମୂର୍ଚ୍ଛନା।
ମୋ ରୂପସଜ୍ଜାରେ ପ୍ରୀତିର ପ୍ଲାବନ
ଅଭିର ଚିବୁକେ ପ୍ରଣୟର ଆହ୍ଵାନ।
ଭୟ ଓ ଶଙ୍କାରେ ଅଧୀର ଆତ୍ମା
ଲଜ୍ଜାରେ ମୁଖମଣ୍ଡଳର ଅରୁଣିମା।
ଅପଲକଦୃଷ୍ଟିରେ ଅନୁଢା ସ୍ୱପ୍ନ
ମୋ କବିତାରେ,ତୁମ ପ୍ରତିଫଳନ।
