STORYMIRROR

Binaya Bhusan Panigrahi

Others

3  

Binaya Bhusan Panigrahi

Others

କହ ତାକୁ କିଏ ଗଢିଲା

କହ ତାକୁ କିଏ ଗଢିଲା

1 min
215

କହ ସାଙ୍ଗ ତାକୁ କିଏ ଗଢିଲା,

ଜଗତ କରତା ବୋଲି ଜାଣି ପୁଣି

କେମିତି ଅଧାରୁ କାମ ଛାଡିଲା?


ଅଧଗଢା ସେଇ ରସିକ ନାଗର

ଶ୍ରୀକ୍ଷେତ୍ରରେ ବସି ମିଥମିଠା ହସି

ଜବତ ଯାକର ମନ ଜିଣିଲା।


ହାତ ନଥାଇକି ମହାବାହୁ ସିଏ

ବିନାପାଦେ ପୁଣି ପ୍ରଭୁ ପଦ୍ମପାଦ

ଜଗତଟା ସତେ ବାଇଆ ହେଲା !


ଚାଖଣ୍ଡକ ପେଟ ପୁରେନାହିଁ ତା'ର

ସ୍ୱାଦିଷ୍ଟ ଭୋଜନ ଦେଖି ସେ ପାଗଳ

ଷାଠିଏ ପଉଟି ନୀତି ଭୁଞ୍ଜିଲା।


ହାତୀପରି କାନ ଦିବାରାତ୍ର ମେଲା

ତଥାପି କେମିତି କିଛି ଶୁଣେନାହିଁ

ବଧିର ତାହାକୁ କିଏସେ କଲା ?


ଗଢିବା ଲୋକକୁ ଗଢୁଥିଲା ବେଳେ

ନିହାଣ-ମୁଗୁର ଅଧାରୁ ଛାଡିକି

କହ ସେ ଶିଲିପି କୁଆଡେ ଗଲା ?


କହ ସାଙ୍ଗ ତାକୁ କିଏ ଗଢ଼ିଲା,

କହ କହ ସାଙ୍ଗ କିଏ ଗଢ଼ିଲା?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍