STORYMIRROR

Bikesh Sahu

Others

2  

Bikesh Sahu

Others

କେମିତି କା ଏ ଶ୍ରାବଣ

କେମିତି କା ଏ ଶ୍ରାବଣ

1 min
13.6K


କାହିଁସେ ଶ୍ରାବଣ କାହିଁସେ ବରଷା

କେହ୍ନେ ଗଲାରେ ଉଭେଇ

ଝିପି ଝିପି ଆଉ ଝରୁନି ତ ଜମା

ମନେ ଆଉ ନାହିଁ ଶାନ୍ତି ।।

ମାରୁନି ବିଜୁଳି ମେଘେ ଲୁଚି ଲୁଚି

ଖେଳୁନାହିଁ ଳୁଚକାଲି

ଘଡ ଘଡି ତାଳେ ଥରୁନି ପୃଥିବୀ

ସବୁ ଗଲାତ ବଦଲି ।।

ଦେଖି ନାହିଁ ଆଉ କାହିଁ କେତେ ଦିନୁ

ସେ ସାଧବ ବୋହୂ ପୋକ

ବିଲ ବାଡି ପଟେ ଶୁଭୁନାହିଁ ଆଉ

ବେଙ୍ଗ ବେଙ୍ଗୁଲୀ ଶବଦ ।।

ଚଷା ଚଷୁନି ତ ବିଲ ଆଉ ଜମା

ଦିଶୁନି ଆଉ ନଙ୍ଗଲ

ମଙ୍ଗଲୁ ନନା ମୋ ଗାଉ ନି ରେ ଗୀତ

ଟ୍ରାକଟରେ କରେ ଚାଷ ।।

ହସୁନାହିଁ ବିଲ ଗଛଲତା ବଣ

ଉଠୁନି ଧୂଆଁ ପର୍ବତ

ଜିଆ ଆଜି ଆଉ ଟାଣୁ ନାହିଁ ଗାର

ଗୁରୁଣ୍ଡି ମାଟି ଉପର ।।

ଆଶୁ ନାହିଁ ଆଉ କାଦୁଅର ଗନ୍ଧ

ଦିଶୁନି ଗେଣ୍ଡା କଙ୍କଡା

ତୁହା ତୁହା ସେଇ ଶୀତଳ ବର୍ଷାରେ

ନାହିଁ ଭିଜିବାର ମଜା ।।

ବସୁ ନାହିଁ ହାଣ୍ଡି ଆଉ ତ ଚୁଲିରେ

ଆଈ ମା ଭାଜୁନି ଖଇ

ସନ୍ଧ୍ୟା ହେଲେ ଗପ ବୁଢ଼ୀ ଆସୁରୁଣୀ

ଆଉ ତ ରେ ଶୁଭୁ ନାହିଁ ।।

ଦିଶୁ ନାହିଁ ବଢି ଆଉ ତ ନଈରେ

କେତେ ଯୁଗ ଗଲା ବିତି

ଜାଲ ପାତି ଆଉ ବସୁନି କେଉଟ

ଆଣୁ ନାହିଁ ମାଛ ଧରି ।।

ନାହିଁ ଚାଲ ଘର ନାହିଁ କଣ୍ଟା ବାଡ଼

ହେଲାଣିତ ସବୁ କୋଠା

ଗାଁ ଦାଣ୍ଡେ ଆଉ ଜମୁ ନାହିଁ ପାଣି

ଭାସୁନି କାଗଜ ଡଙ୍ଗା ।।

ବାଡ଼ି ପଟେ ଆଉ ହେଉ ନାହିଁ ଚାଷ

ମକା କଲରା କଙ୍କୁଡ଼ି

କଣ୍ଟା ବାଡେ ମାଡି ଫଳୁ ନି ତ ଜମା

ଲାଉ କଲରା ବୋଇତି ।।

ଖାଁ ଖାଁ ଆଜି ଲାଗେ ଏ ଆକାଶ

ନାହିଁ ମେଘ ସମାଗମ

କାହିଁ ଗଲା ଛତା ସେଇ ଝରି ବର୍ଷା

କେମିତି କା ଏ ଶ୍ରାବଣ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍