STORYMIRROR

Anil Kumar Parhi

Others

3  

Anil Kumar Parhi

Others

କବିତାର ଆରପାଖ - ୨୮

କବିତାର ଆରପାଖ - ୨୮

1 min
13.7K


ଗୋଟିଏ ତାଳିରେ ଡରିଯାଉଥିବା ଦୁଶ୍ଚିନ୍ତା

ଆଜି ଗୋଠେ ହୋଇ ଫେରିଆସୁଛି

ପ୍ରତିଧ୍ଵନିରେ,

ବାହୁଙ୍ଗିରେ କାନ୍ଧେଇ ଆସୁଛି କିଏ

ନଈ ବନ୍ଧ ମଶାଣି ପାଖର

ସେ କାଶତଣ୍ଡି ଚହଟ ଶୂନ୍ୟତା।

କେବେ ପାରେଇଯିବ

ଏ ରାତିର ବିନିଦ୍ର କବିତା!

କେତେ ବଡ ବିଡମ୍ବନା

କବି ଟିକିଏ ଉଶ୍ଵାସ ପାଇଁ

କରେ କବିତା ରଚନା।

କବିତା ହାତ ବଦଳାଏ

ସ୍ୟାହି ବଦଳାଏ

ଗାର ସେପାଖୁ ହାତ ବଢାଏ

ଜଟାୟୁମାନଙ୍କ ରକ୍ତରେ

କୋହ ଲାଲ୍ ହେଉଥାଏ।

ପ୍ରତାରଣାର ମୃତ ଶରୀରରୁ

ବି ହାରିବାର ସ୍ବର ଶୁଭୁଥାଏ।

ଯାହା ଜରାୟୁରେ

କବିତାର ଭୃଣଅଛି

ସେ କେମିତି ପାଶୋରି ପକାଏ

ଶବ୍ଦର ବଳାତ୍କାର,

ଗଲା କାଲି ରାତିରେ

ଛାଇନିଦରେ ମୁଁ ଥିଲି ପ୍ରଥମ ଶୀକାର।

ହାୟ ମୋ ନିରିମାଖୀ ବିବଶତା

ହାୟ, ହାୟ,

ହାୟ ମୋର ଜାରଜ ପ୍ରସବ

ହାୟ ମୋର ଅବାଂଛିତ

ବିବର୍ଣ୍ଣ କବିତା।

ଅନୀଲ କୁମାର ପାଢୀ


Rate this content
Log in