STORYMIRROR

Ambika Swain

Others

2  

Ambika Swain

Others

କବିତା=୯-ଝରା ଶେଫାଳି

କବିତା=୯-ଝରା ଶେଫାଳି

1 min
13.8K


ଶେଫାଳି ଲୋ ଶେଫାଳି

ଆସୁ ତୁ କି ସୁନ୍ଦର ରୂପ ରଙ୍ଗ ନେଇ

ବାସ ଚହଟାଇ,

ତୋର ହସ ହସ ମୃଦୁ ଚାହାଣୀରେ

ମୁହୂର୍ତ୍ତକ ପାଇଁ ଆସି

ଛାଦି ଯାଉ ତୋର କୀର୍ତ୍ତି

ଚାଲି ଯାଉ ଖୁସି ଖୁସି

ମନରେ ନ ଥାଏ ଦୁଃଖ କ୍ଲେଶ ତୋର

ନିମିଷକ ପାଇଁ ଚାଲି ଯିବା

ଧ୍ଵର୍ମ ତୋହର ।

ନିଶିରେ ତୁ ଆସୁ ନିଶିରେ ତୁ ଯାଉ

ଧରା ସାରା ତୋର ବାସ ମହକରେ

ମହାକାଇ ଦେଉ।

ସେହି କ୍ଷଣିକ ମହକରେ

ସମସ୍ତ ଙ୍କ ମନ କିଣି ତୁ ନେଉ

କେହି କେବେ ତୋତେ ଭୁଲି ପାରିନି

ସମସ୍ତଙ୍କ ହୃଦେ ଜୀବିତ ଥାଉ

ତୋ'ର ସୁଗନ୍ଧର ମହକ ସମସ୍ତ ଙ୍କ ମନେ

ଆଣେ ଶିହରଣ

ଆହାଃ... କି ସୁନ୍ଦର ବାସ ମଧୁର ତୋର ।।


ଅମ୍ବିକା ସ୍ୱାଇଁ


Rate this content
Log in