STORYMIRROR

Bikesh Sahu

Others

0  

Bikesh Sahu

Others

କବି ମୁଁ ଅଚିହ୍ନା ରାଇଜର

କବି ମୁଁ ଅଚିହ୍ନା ରାଇଜର

1 min
350


କବି ମୁଁ ଅଚିହ୍ନା ରାଇଜର

ମୋତେ ଚିହ୍ନିଛି ବା କିଏ ?

ଚିହ୍ନିଥିଲେ ଚିହ୍ନିଥିବେ

ପେସବୁକ ପୃଷ୍ଠାର ଦୁଇ ଚାରିଜଣ

ଚିହ୍ନା ବ୍ୟକ୍ତିତ୍ୱ

ଆଉ କେତେ ଜ'ଣ

ପରିଚିତ ବନ୍ଧୁ ବାନ୍ଧବୀ ମୋର....

ଜାଣିଥିଲେ ଜାଣିବ

ଆମ ଘର ପଛ ବାଡ଼ି ବରଗଛ

ଯାହା ତଳେ ଏକା ବସି

ହୃଦୟର ଭାବନାକୁ

ଦିଏ କବିତାର ରୂପ.....

ଆହୁରି ଚିହ୍ନିଥିଲେ ଚିହ୍ନିଥିବ

ମୋ ଘରର ଛାତ

ଯାହା କୋଳେ ସନ୍ଧ୍ୟା ବେଳେ

ବସିଯାଏ

ଧରି ଗୋଟେ କଲମ

ଆଉ ଫର୍ଦେ କାଗଜ.....

ଆହୁରି

ଚିହ୍ନିଥିଲେ ଚିହ୍ନିଥିବ

ଆମ ଗାଁ ନଈ କୂଳ

ଏକା ଏକା ଯାଇ ଯହିଁ

ବସେ ନିରନ୍ତର...

କବି ମୁଁ ଅଚିହ୍ନା ରାଇଜର...... ..

@bikeshsahu


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍