କାଳିଆ ସାହା
କାଳିଆ ସାହା
ବାତ୍ୟା ନଆସୁଣୁ କହରେ କଳିଆ
ବାନା ଉଡିଯାଏ ତୋର
ବଡ ଦେଉଳରେ ବାନା ନାହିଁ
ବିପଦ ସଙ୍କେତ ଦେଲା ରହି
ଫୋନି ଭଳି ବାତ୍ୟା ଆସି
ସବୁ ଗଲା ଉଡାଇ ନେଇ
କାହା ଘର ଗଲା କାହା ପୁଅମଲା
କାହା ମଥାରୁ ସିନ୍ଦୁର ଲିଭିଲା
କେତେ ଜୀବନ ଗଲା କେତେ ଜୀବମଲେ
ହିସାବ ରଖେ କାଳିଆ ।
କ'ଣ ବୁଝୁଛୁରେ କାଳିଆ
ବିପଦ ବେଳରେ ଆମକୁ ତୁ ସାହା
ଫୋନି ଭଳି ବାତ୍ୟା ସବୁ ନେଇ ଶୁନ୍ୟ କରିଗଲା
ଓଡିଶାର ସବୁ ଗଲା
କେତେ ବେଳେ ତୁ କ'ଣ କରୁ
ତୋତେ ଏକା ଜଣା
ଫୋନି କବଳରୁ ଓଡ଼ିଶାକୁ ରକ୍ଷାକରିବାକୁ
ପତିତପାବନ ବାନା ହୋଇ ମହାପ୍ରଭୁଙ୍କ ଆଜ୍ଞା ମାଳ ହୋଇ ଗଲା ।
ହେ ମହାପ୍ରଭୁ ବିଶ୍ୱାସ କି ଧୈର୍ଯ୍ୟ ମୋ ନଥିଲା
ବାନା ଦେବ ଫୋନିକୁ ଘୋଡାଇ
ଫୋନିର ଫଣାକୁ ଦେବ ଝାଡି
ରକ୍ଷା କରିବେ ଭାବଗ୍ରାହୀ
ଡର ନାହିଁ ଡର ନାହିଁ
କାଳିଆ ଦେଖୁଛି ରହି
ଓଡ଼ିଶା ପାଇଁକି ଏକା ତୁ ସାହା କାଳିଆ କାଳିଆ କାଳିଆ ।