STORYMIRROR

Pradeep Bandha

Others

3  

Pradeep Bandha

Others

କାକର

କାକର

1 min
4.2K


ଶିଶିର ପିଠିରେ

ଶୀତର ସବାରୀରେ

ଶୀତଳ ସବୁଜିମା

ଛାତିରେ

କାକର ଟୋପାରେ

ଭିଜେଇ ଜାହିର୍ କରିଛୁ

ଅଧା ଫୁଲା ଧାନ କେଣ୍ଡାରେ ତ

ହିଡରେ ଉଧୁରି

ପାରୁନଥିବା କୋମଳ

ଦୁବ ଘାସରେ ।

ଉଚ୍ଚାଟ ଆନନ୍ଦରେ

ଘନ କୁହୁଡି ସାଜି

ତୁମ ସ୍ଵଚ୍ଛ ଧାରକୁ

ଉପାନ୍ତ ପ୍ରଦେଶରେ

ପାଦ ଥାପି

ତ୍ରସ୍ତ ହୃଦୟକୁ ଜଗାଇ

ଅମୃତ ବାଣ୍ଟି ଦେଇଛୁ

ବିଲ ହିଡରେ

ଗାଁ ଗୋହିରୀ

ତମାଳ ଘଞ୍ଚ ଜଙ୍ଗଲରେ

ମୋ ବିଶ୍ୱାସର ମଉଳା ଫୁଲରେ ।


ପ୍ରଦୀପ ବନ୍ଧ, ଭଦ୍ରକ, ବାସୁଦେବପୁର, ରାଜଘରପୋଖରୀ,

ସାନମାଛୁଆଘାଇ,

ମୋ-୮୦୭୨୭୮୩୨୨୦


Rate this content
Log in