STORYMIRROR

Sasmita Acharya

Others

2  

Sasmita Acharya

Others

ଜୟ ମାତା

ଜୟ ମାତା

1 min
2.7K


ଜୟ ମାତା ଯୋଗମାୟା ଯୋଗରୂପା ମାହେଶ୍ଵରୀ

କାତ୍ୟାୟନୀ କାଳଜୟୀ କୋପରୂପା ଆଦିଶ୍ବରୀ

ଚଣ୍ଡି ଚାମୁଣ୍ଡା ଚଣ୍ଡିକା ପ୍ରଚଣ୍ଡମୂର୍ତ୍ତୀ ମହାକାଳୀ

କାଳ ନାଶିନୀ କାଳରାତ୍ରୀ ମାତା ଭଦ୍ରକାଳୀ

ସ୍ନେହମୟୀ ଶାନ୍ତରୂପା ଆଦିମାତା ମହାଶକ୍ତି

ମହିଷାସୁର ନାଶିନୀ ଦେବେଶ୍ବରୀ ସର୍ବଶକ୍ତି

କ୍ଷମାମୟୀ ଶାନ୍ତିଦାତ୍ରୀ ସିଦ୍ଧିରୂପା ସିଦ୍ଧିଦାତ୍ରୀ

ମହାମାୟୀ ମାତୃଶକ୍ତି କୃପାମୟୀ ଶକ୍ତିଦାତ୍ରୀ

ନମଇଁ ଚରଣେ ତବ ମାତା ସଦା ଭକ୍ତିଚିତ୍ତେ

ଦୁଃଖହାରିଣୀ ମାତା ଦୁଃଖ ହରିବ ତୁରିତେ

ତବ ପୟରେ ମଥା ସଦା ଥାଉ ମୋର

ଲୋଡ଼ା ନାହିଁ ଆନ କିଛି ମୁଁ ମୁରୁଖ ପାମର ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍