STORYMIRROR

Mithun Sahu

Others

1  

Mithun Sahu

Others

ଜୟ ହନୁମାନ

ଜୟ ହନୁମାନ

1 min
3.3K


ସଙ୍କଟ ମୋଚନ ଜୟ ହନୁମାନ

ଶ୍ରୀରାମ ପରମ ଭକ୍ତ,

ତୁମ୍ଭରି ନାମକୁ ସ୍ପରଣ କରିଲେ

ବିପଦରୁ ମିଳେ ମୁକ୍ତ,,

ତୁମ୍ଭେପରା ପ୍ରଭୂ ଭକତ ପଣିଆ

ଦେଖାଇଲ ଛାତି ଫାଡ଼ି,

ରାମ ନାମ ଧରି ସାତ ସିନ୍ଧୁ ସତେ

ପାରିକଲ ଉଡି ଉଡି,,

ତୁମ୍ଭରି ପାଇଁକି ମାତା ସୀତାଙ୍କର

ମିଳିଥିଲା ଯେ ସନ୍ଧାନ,

ତୁମ୍ଭପାଇଁ ପୁଣି ଅନୁଜ ଲକ୍ଷ୍ମଣ

ପାଇଥିଲେ ଜୀବଦାନ,,

ପ୍ରଭୂ ରାମଙ୍କର ମଙ୍ଗଳ ପାଇଁ ଯେ

ବୋଳିଲ ଦେହେ ସିନ୍ଦୁର,

ରାମଭକ୍ତ ନାମେ ପୁଜୁଅଛି ଆଜି

ଏଇଯେ ସାରା ସଂସାର,,

ତୁମ୍ଭରି ନାମରେ ଯେତେବି ଲେଖିଲେ

ହୋଇବନି କେବେ ଇତି,

ଭୁଲ ଥିଲେ ମୋର କ୍ଷମାଦବ ମତେ

କରୁଛି ପ୍ରଭୂ ବିନତି,,


ମିଥୁନ୍ ସାହୁ

ମାଳ ତେନ୍ତୁଳିଆ, ପୋଲସରା, ଗଞ୍ଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍