STORYMIRROR

Arun Kumar Mitra

Others

2  

Arun Kumar Mitra

Others

ଜରାଶ୍ରମରେ ଜନନୀର ଅନ୍ତିମ ଗତି

ଜରାଶ୍ରମରେ ଜନନୀର ଅନ୍ତିମ ଗତି

1 min
13.9K


ପୁତ୍ର ମୋର କୋହିନୂର୍ ହୀରା କୋଟିଏରେ ଗୋଟିଏ,

କହିଥିଲେ ଗର୍ବିତ ଜନନୀ ସାହି ପଡୋଶୀ ସବା ସମ୍ମୁଖରେ,

ହାଏ କି ନିୟତିର ପରିହାସ, ସେଇ ମଞ୍ଜୁ ଦେବୀ ଆଜି ପରଲୋକେ,

ଦେହ ତାଙ୍କ ରକ୍ଷିତ ମୃତ ଦେହ ଭଣ୍ଡାରେ

ବୃଦ୍ଧା ଶ୍ରମର ଆବାସିକ, ସେବକ ବୃନ୍ଦ

ପିନ୍ଧାଇଲେ ଫୁଲ ମାଳ ଗଳେ, ଜଣାଇଲେ ଭକ୍ତିପୂତ ବିଦାୟ ସମ୍ବର୍ଦ୍ଧନା ,

ମନୁଷ୍ୟର ଏବେ ବି ରହିଛି କତିପୟ ହୃଦୟରେ

ଏକମାତ୍ର ସନ୍ତାନ ଯାର ପ୍ରଖ୍ୟାତ ହୃଦ୍ ଯନ୍ତ୍ର ବିଶେଷଜ୍ଞ

ଡାକ୍ତର ସନ୍ଦୀପନ ବନ୍ଦୋପାଧ୍ୟାୟ କଲିକତା ସହର

ବାରମ୍ବାର ଡାକିବା ସତ୍ତ୍ଵେ ସୁପୁତ୍ରର ଗୋଟି କଥା

ବିରକ୍ତ କରନି ମୋତେ , ଆରେ ଜରା ଶ୍ରମ

ସତ୍କାର ସତ୍ ଗତି ଶ୍ରାଦ୍ଧ ଶାନ୍ତି ସ୍ଵସ୍ତ୍ୟୟନ

ଯାହା କରଣୀୟ କର ମୋତେ ଛାଡ଼ି।

ଆସିଥିଲେ ମହାନ ପୁତ୍ର ଦିନେ ବ୍ୟାଧି ଗ୍ରସ୍ତ ଜନନୀକୁ

ଦେଖିବାର ଲାଗି

ସେଦିନର ବାକ୍ୟ ଥିଲା ମୋତେ ଡାକିବ ନି କେବେ

ଯାହା କରିବାରକର, ଲାଗେ ଅର୍ଥ ଦେବି ମୁହିଁ

ନୁହେଁ କିନ୍ତୁ ବେହିସାବୀ।

ହାଏ ପ୍ରଖ୍ୟାତ ପୁତ୍ରର ପ୍ରଖ୍ୟାତ ଜନନୀ ଏ କାର ଦୋଷ କି ନିଷ୍ଠୁର ପରିହାସ ---


Rate this content
Log in