STORYMIRROR

Pareshchandra Das

Others

2  

Pareshchandra Das

Others

ଜନେ ବିଚାର

ଜନେ ବିଚାର

1 min
680


ହାଟ ବଦଳିଲେ ବାଇଗଣ କେବେ

ଭେଣ୍ଡି କି ହୁଅଇ ଭାଇ।

ନୀଳ ବର୍ଣ୍ଣ ହେଲେ ଶୃଗାଳ କି କେବେ

ହୁକେ ହୋ କରିବ ନାହିଁ।।

ନଈ ବଦଳିଲେ କୁମ୍ଭୀର କି କେବେ

ଇଲିଶି ଟିଏ ହୋଇବ ।

ବିରାଡି ଟି ଯଦି ଗୁମ୍ଫାରେ ଶୋଇବ

ତାକୁ କି ବାଘରେ ଗଣିବ।।

ଘର ବଦଳିଲେ ଲୋକ କି ବଦଳେ

ପ୍ରକୃତି ଛାଡ଼େନା କାର ।

ନିଜ ସ୍ୱାର୍ଥ ଚିନ୍ତା ଯାହାକୁ ଘାରିଛି

ଭଲ ଦେଖେ ନାହିଁ କା"ର।।

ମାଛ ଛାଡ଼ି ଦେଇ ବିରାଡି କି ଆଉ

କେବେ ବୈଷ୍ଣବ ହୋଇବ।

ବଗ ଟା ବିଚରା ଧ୍ୟାନ କରେ ବୋଲି

ତାକୁ କି ସନ୍ଥ ରେ ଗଣିବ।।

ସୁଧି ଜନେ ମନେ ବିଚାର,

ଯମ ଯଦି ବସେ ବିଷ୍ଣୁ ଙ୍କ ଆସନେ

କେମିତି ପାଳିବେ ସଂସାର ???


ପରେଶ ଚନ୍ଦ୍ର ଦାସ ,ଗୋପାଳପୁର ,ଭୋଗରାଇ,ବାଲେଶ୍ୱର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍