STORYMIRROR

Hemanta Kumar Nayak

Others

4  

Hemanta Kumar Nayak

Others

ଜୀଇଁ ଥାଉ ଥାଉ ଭାବ

ଜୀଇଁ ଥାଉ ଥାଉ ଭାବ

1 min
596

ଦେଇ ପାରିଲୁନି ସ୍ବହସ୍ତରେ କିଛି

ସଞ୍ଚି ରଖିଥିଲୁ ଯାହା

ନେଇ ପାରିଲୁନି ଏତେ ପରିଶ୍ରମେ

ଅରଜି ଥିଲୁ ତୁ ଆହା

ମୋର ମୋର କହି ଏତେ ଲୋଭ କଲୁ

କିଛି ବି ହେଲାନି ସାହା

ଅନିଚ୍ଛାକୃତରେ ଛାଡ଼ି ଚାଲି ଗଲୁ

ଆଉ କାର ହେବ ତାହା ।


ଆସିବାର ଦିନ ଜଣା ନାହିଁ ବୋଲି

ଦେଖିକି ଶିଖିଲୁ ନାହିଁ

ଫୁଙ୍ଗୁଳା ଦେହରେ କୁଆଁ କୁଆଁ କାନ୍ଦ

ତତେ କି ଶୁଭିଲା ନାହିଁ

ଯିବା ବେଳ ପରା କେତେ ତୁ ଦେଖିଛୁ

ଯାଉଛନ୍ତି ଏକା ହୋଇ

ନେଇ ନାହିଁ କେହି ରହି ନାହିଁ କେହି

ଏଇଠି ଜନମ ପାଇ ।


ଯୋଉ ଧନ ଥାଇ କାମରେ ଲାଗେନି

ସେ ଧନ ରହି କି ଲାଭ

ଯୋଉ ଜ୍ଞାନ ପାଇ ଅବଦାନ ନାହିଁ

ସେ ଜୀବନ ବ୍ୟର୍ଥ ଯିବ

ରହିଅଛି କେତେ ଯଶ ,ଖ୍ୟାତି ବଞ୍ଚି 

ଆଗକୁ ବି ରହିଥିବ

ମୃତ୍ୟୁ ଛୁଏଁ ନାହିଁ ଭଲ ଗୁଣ ଟିକୁ

ଜୀଇଁ ଥାଉ ଥାଉ ଭାବ ।


ଯଦି ଦେଇନାହୁଁ ପାଇବୁ ବା କାହୁଁ

ମରଣ ପରେ ତୁ ମୁକ୍ତି,

ଅତୃପ୍ତ ଆତ୍ମା ତୋ ଘୁରିବୁଲୁଥିବ

କିଏ ଦେବ ତୋତେ ଶାନ୍ତି

ବାଢି ଦେରେ ତୋର ପ୍ରୀତି...

ମାନବିକତାର ମହତ୍ତ୍ଵ ପଣରେ

ଓଠରୁ ଝରାଇ ଗୀତି ।


ଦିଅନ୍ତି ବୋଲି ତ ଦେବତା କୁହନ୍ତି

କୁହନ୍ତି ବି ତାଙ୍କୁ ଦିଅଁ,

ଏ ସାରା ସଂସାର ତାଙ୍କ ଅବଦାନ

ଆମର ଏସବୁ ନୁହଁ

ମୋକ୍ଷ ହୁଅ ଛାଡ଼ି ମୋହ

ଭୁତ ଭୁତ କହି ନଡରନ୍ତୁ କେହି

ଦେଖି ତୋ ଲୋଭିଲା ମୁହଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍