STORYMIRROR

Rajabala Tripathy

Others

3  

Rajabala Tripathy

Others

ଜୀବନର ପରିଭାଷା

ଜୀବନର ପରିଭାଷା

1 min
371


ଏ ଜୀବନଟା

ଆଉ କଣ କି?

ଖାଲି କିଛି ମୁହୂର୍ତ୍ତ

ମୁହୂର୍ତ୍ତର ସମାହାର।।

କେବେ ଅନୁଭବ କରିଛ କି

ସେ ମୁହୂର୍ତ୍ତସବୁ କେମିତି ଲାଗେ

ଯେବେ ମହଣ ମହଣ ଖୁସି

କୁଢ଼ କୁଢ଼ ଆନନ୍ଦ

ବୋଝ ବୋଝ ସୁଖ

ଅଜାଡ଼ି ପଡେ ନିଜ ଉପରେ

ଉଜ୍ଜ୍ୱଳ ଆଲୋକରାଶି

ଚାରିପଟୁ ତୁମକୁ ଆବୋରି ବସନ୍ତି

ଯେମିତି କି ହୃଦୟ ଭିତରେ

ସତେ ଅବା ଏକ ସଙ୍ଗେ

ଶହ ଶହ ସୂର୍ଯ୍ୟ ଉଇଁଛନ୍ତି

ଏଇ ସେହି ମୁହୂର୍ତ୍ତସବୁ

ଠିକ କଢିଟିଏ

ଫୁଲହୋଇ ଫୁଟି ଉଠିବାର

ରଂଗହୀନ ସମ୍ଭାଳୁଆରୁ

ରଙ୍ଗୀନ ପ୍ରଜାପତିଟି ହେବାର

କ୍ଷଣେ କ୍ଷଣେ ନିଜକୁ ଅନୁଭବ କରିବାର

ବାରମ୍ବାର ନିଜକୁ ନିଜ ଭିତରେ

ଖୋଜି ପାଇବାର।।

ଯୁଗ ଯୁଗ ଧରି

କାନ୍ଧ ଉପରେ ଲଦା ହୋଇଥିବା

ଯାବତୀୟ ଡର ଭୟ

ଅନ୍ଧବିଶ୍ୱାସ ଓ କୁସଂସ୍କାରର

ମହଣ ମହଣ ବୋଝକୁ

ତଳେ ଥୋଇ ଦେଇ

ଜାତି ଧର୍ମ ବର୍ଣ୍ଣ ର କୁତ୍ସିତ ସ୍ତର ସବୁର

ଉପରକୁ ଉଠି

ତୁମେ ଯେବେ କାନ୍ଧ ସିଧା କରି

ସମ୍ପୂର୍ଣ୍ଣ ନିଡ଼ର ହୋଇ

ସିଧା ଭାବେ ଛିଡା ହୁଅ

ଯେବେ ଆଖି ଖୋଲି

ନିଜ ଚାରିପାଖର

ପରିବେଶକୁ ନିରୀକ୍ଷଣ କର

ହଠାତ ମନେ ହୁଏ

ତୁମ ଆଖପାଖେ ଚଳ ପ୍ରଚଳ ହେଉଥିବା

ଲୋକମାନେ ହିଁ

ତୁମ ନିଜର ହିଁ ରୂପାନ୍ତର।।

ତୁମେ ଏକା ନୁହେଁ

ବିଭକ୍ତ ହୋଇଛ

କେତେ କେତେ ମଣିଷ ଭାବରେ

ତୁମେ ହିଁ ହସୁଛ

କେତେ କେତେ ମଣିଷ ଓଠରେ

ସେବେ ଲାଗେ

ଦୁନିଆଟା ପାପ ନୁହେଁ

ନୁହେଁ ଦୁଖମୟ

ଅଟେ ସେ ପ୍ରେମମୟ

ଭାରି ସ୍ନେହମୟ

ତୁମେ କେବେ ଏକୁଟିଆ ନୁହଁ

ସମଗ୍ର ପୃଥିବୀ ପରା

ଅଟେ ତୁମମୟ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍