Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Kalpana Mishra

Others

3  

Kalpana Mishra

Others

​ଜୀବନର ଗତି

​ଜୀବନର ଗତି

1 min
11.3K



ଜନ୍ମବେଦୀରେ

କୁଆଁକୁଆଁ ଡାକ

ମା' ମନରେ ଅପୂର୍ବ

ଆନନ୍ଦ ଭରେ,

କେତେ ଆଶା କେତେ ପ୍ରତ୍ୟାଶାର

ଆଢୁଆଳରେ ଜୀବନ

ଯୌବନରେ ପାଦ ଥାପେ ॥

            ଜନ୍ମବେଦୀ କେବେ

            ବାହାବେଦୀର ରୂପ ନିଏ

           ସମୟରତାଳେ ତାଳେ

           ଜୀବନସାଥୀର ହାତ ଧରି

           ତା'ସୁଖଦୁଃଖ, ହସକାନ୍ଦରେ

           ନିଜକୁ ସାମିଲ୍ କରେ ॥

ବାହାବେଦୀର ସ୍ୱପ୍ନ

ପୂର୍ଣ୍ଣିମାର ଜୁଆରରେ

ନୀଳ ଆକାଶର ରଙ୍ଗୀନ

ଇନ୍ଦ୍ରଧନୁକୁ ହାତ ପାହାନ୍ତାରେ ପାଇ

ଭଟ୍ଟା ରୂପେ ପୌଢତ୍ଵକୁ

ସାମନା କରି 

ଶ୍ମଶାନ ବେଦୀରେ

ହସିହସି ମାଟିରେ ମିଶେ ॥ 


             


Rate this content
Log in