ଜୀବନ
ଜୀବନ
1 min
238
ଜୀବନ ଟା ଏଠି
ପଶାପାଲି ଖେଳ
ଜୁଆରେ ଲାଗିଛି ବାଜି
ଯିଏ ଆସେ ସିଏ
ଝୁଣି ଝୁଣି ଖାଏ
ସ୍ୱାର୍ଥର ବେପାରୀ ସାଜି ।
ସଭିଏଁ ଦେଖାନ୍ତି
ଅତ୍ମୀୟତା ଭାବ
ସ୍ୱାର୍ଥର ଖୋଳପା ପିନ୍ଧି
ଚିହିଁ ହୁଏ ନାହିଁ
ସତ ଅବା ମିଛ
ପ୍ରାଣ ହେଇଯାଏ ରୁନ୍ଧି ।
ଅନ୍ଧାରି ମୁଲକେ
ଅଣ ନିଶ୍ୱାସୀ ମୁଁ
ହୃଦୟ ଖୋଜଇ ଶାନ୍ତି
କାହିଁ କେତେ ଦୂରେ
ହଜିଛି କେବେଠୁ
ହସ ର ଅପୂର୍ବ କ୍ଲାନ୍ତି ।
ପ୍ରିୟତମ ମୋର
ମୃତ୍ୟୁର କୋଳ
ଅପେକ୍ଷାରେ ବିତେ ଦିନ
ସରିଯିବ ଖେଳ
ବାଘ ଛେଳି ଘର
ଝୁରି ହୁଏ ଖାଲି ମନ ।