STORYMIRROR

Ramesh Chandra Behera

Others

3  

Ramesh Chandra Behera

Others

ଜୀବନ ସାଥୀ

ଜୀବନ ସାଥୀ

1 min
642



ଜୀବନ ସାଥୀ

ଭଲ ମୁଁ ପାଉଛି ଭୁଲି ପାରିବିନି
ମନା କର ନାହିଁ ମୋତେ
ବିପଦରେ ତୁମେ ସାଥୀ ହୋଇଥିଲ
କଷ୍ଟ ଯେ କରିଛ କେତେ ।(୧)
ଜୀବନ ସାଥୀଟେ କରିନିଅ ମୋତେ
ହେବି ମୁଁ ପତ୍ନୀ ତୁମର
ଛାଇ ଭଳି ତୁମ ପାଖେ ମୁଁ ରହିବି
ହେବିନି ମୁଁ ସ୍ୱାର୍ଥପର ।(୨)
ସାତ ଜନମକୁ ବାନ୍ଧି ନିଅ ମୋତେ
ସଦା କରିବି ଆଦର
ଝଡ଼ ଝଞ୍ଜା ଯେତେ ଆସିବ ଜୀବନେ
କରିବିନି ହତାଦର ।(୩)
ହାତ ଧରା ଧରି ଚାଲିବା ପଥରେ
କେହି ହେବେନି ବାଧକ
ତୁମ ମନ କଥା ଲେଖିବି ଜୀବନେ
(ମୋ) ସ୍ବପ୍ନ ହୋଇବ ସାର୍ଥକ ।(୪)

# ରମେଶ ଚନ୍ଦ୍ର ବେହେରା
ବାଟୀ, ସିମୁଳିଆ, ବାଲେଶ୍ୱର
ମୋ:-9958375529



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍