STORYMIRROR

Binaya Bhusan Panigrahi

Others

2  

Binaya Bhusan Panigrahi

Others

"ଜୀବନ;କା'ପାଇଁ କେମିତି"

"ଜୀବନ;କା'ପାଇଁ କେମିତି"

1 min
5.0K


◆ ଜୀବନ;କା'ପାଇଁ କେମିତି◆

===============

ରୁଚୁନି କାହାକୁ ଖିରି,ପୁରି, ଛେନା

କିଏ ଶୁଏ ଉପାସରେ,

କିଏ ଫୋପାଡ଼ୁଛି ଅମୃତ ମଣୋହି,

ଭୋକରେ କା'ଦେହ ଥରେ।।


ଦୁଗ୍ଧଫେନିଳ ତୁଳିତଳ୍ପ ଶେଜେ

ରେଜେଇ ଢାଙ୍କି କେ ଶୁଏ,

ଦି'ଆଣ୍ଠୁ ସନ୍ଧିରେ ମୁଣ୍ଡ ଗୁଞ୍ଜି କା'ର

ଶୀତରାତି ପାହିଯାଏ।।


କିଏ ଖୋଜେ ସୁରା-ସାକୀ ମାଦକତା

ଧନରତ୍ନ, ମୋତି,ହୀରା,

କା'ପାଇଁ ସପନ ବାସ ଓ ବସନ

ଶିକ୍ଷାଦୀକ୍ଷା ଓ ସାହାରା।।


ଖୁସିରେ ହୃଦ୍ଘାତ ନିଏ କା'ପରାଣ

ସୁଖ ଜଳେ ଜୁଇପରେ,

ଅଭାବ ଦୁଃଖରେ ଦିନ ବିତେ ଯା'ର

ସିଏବି ତ ଦିନେ ଫେରେ !


ସୁଖଦୁଃଖ ଆଦି ବିଧିର ବିଧାନ

କହିବାଟା ବୃଥା ଆଳ,

ଆପଣା ସୁଖରୁ ଚେନାଏ ବାଣ୍ଟିଲେ

ଫୁଟି ଯିବକି କପାଳ ???

===== © =====

ବିନୟ ଭୂଷଣ ପାଣିଗ୍ରାହୀ (ମିଟୁ)

ହରସିଂହ ପୁର,ପିରହାଟ, ଭଦ୍ରକ

ଦୁରଭାଷ କ୍ରମାଙ୍କ: ୯୯୩୭୫୪୮୪୩୧

୯୪୩୮୬୭୦୧୨୦


Rate this content
Log in