STORYMIRROR

Pankajini Upadhaya

Others

3  

Pankajini Upadhaya

Others

ଜୀବନ କ'ଣ ?

ଜୀବନ କ'ଣ ?

1 min
13.5K



ପଙ୍କଜିନୀ ଉପାଧ୍ଯାୟ ( ମିତା )

ଅରଙ୍ଗାବାଦ

~~~~~~

ଜୀବନର ମାନେ ବିଳାସ ବ୍ଯସନ

ଉପଭୋଗ ଇନ୍ଦ୍ରିୟ ସର୍ବସ୍ବ

ସ୍ବାର୍ଥର ପଛରେ ଖାଲି ଧାବମାନ

କ'ଣ ଜୀବନ ଏମିତି ନିସ୍ବ ?

ଶବ ଠାରୁ ହିନ ସ୍ବାର୍ଥରେ ତଲ୍ଲିନ

ଅସମ୍ଭବ ଅହଙ୍କାର ବ୍ଯାପ୍ତ

ଅନ୍ୟର ମଥାରେ ଖଡ୍ଗ ଥୋଇ ଦେଇ

ଖୁସି ହୃଦସାଗରରେ ତୃପ୍ତ।

ଫେରିବାର ଦିଗ କରିଦେବା ଭିନ୍ନ

ସେବା ତ୍ଯାଗ ତିତିକ୍ଷାର ବୀଜ

ବୁଣୁଥାଏ ଯେଉଁ ସହୃଦୟ ନର

ସାର୍ଥକ ଜୀବ ନୁହେଁ କି ଆଜ ?

ସତ୍ୟ ଶାନ୍ତି ଦୟା କ୍ଷମାର ଆଧାର

ଜୀବନର ପ୍ରତିପଦ ସ୍ବର

ଦେଶ ବିକାଶରେ ଲାଗେ ନିରନ୍ତର

ଦୁଃଖୀ ଦୈନ୍ଯ ହୃଦୟର ହାର।

ବୁଦ୍ଧି ଓ ବିବେକ ଜ୍ଞାନର ଆଲୋକ

ମାନବବିକତା ଦିବ୍ଯାଲୋକ

ସୁମନର ବାସ ଦିବ୍ଯ ଚେତନାର

ଉତ୍ସର୍ଗୀକୃତ ଦିବ୍ୟ ମହକ।

ସ୍ମରିବା ଭକ୍ତିରେ ହୃଦୟର ପୁଷ୍ପେ

ଦେବୋପମ ସେ ମହାମାନବେ

ପ୍ରକୃତ ଜୀବନ ସେଇ ମାନବର

ଯିଏ ବଞ୍ଚେ ନାହିଁ ନିଜ ଭବେ।

ସନ୍ଧ୍ୟା ଆଗମନୀ ସନ୍ଧ୍ୟାର ସୂଚନା

ବାଦଲେ ସୁରୂଯ ଲୁକ୍କାୟିତ

ସଧ୍ଯ୍ଯାର ଜଣାଣ ଶୁଭୁଛି ସତତ

ଗାଅ ଗୀତି ହୋଇ ସମ୍ମିଳିତ।

ଜୀବନ ଦର୍ଶନ ପ୍ରକୃତ ମାନସ

ପ୍ରକୃତିର ସୃଷ୍ଟ ମାନବଶ୍ରେଷ୍ଠ

ବନ୍ଦନା କରିଵା ଗୁଣ ବଖାଣିବା

ହେବନାହିଁ ଜୀବନଟା ନଷ୍ଟ।


Rate this content
Log in