STORYMIRROR

Pradeep Bandha

Others

3  

Pradeep Bandha

Others

ଜୀବନ ଜୁଆ

ଜୀବନ ଜୁଆ

1 min
2.1K




ଯେଉଁ ଡାଳେ ଦିନେ ବାନ୍ଧିଲି ବସା

ସେ ଡାଳକୁ ଭରଷା ନାହିଁ

ପଲକେ କୁହୁଡି ଭସେଇ ନେଇଛି

ଅତୀତକୁ ଧୋଇ ଦେଇ,,,,,।।୧


ମମତାର ଡୋରି ଛିଡିଗଲା ପରେ

ଲହୁରେ ପାରିଛି ଶେଯ

ଦୁଃଖ ତ ସରେନା ଲୁହବି ଶୁଖେନା

ହୃଦୟ ହୁଏ ଅଧର୍ଯ୍ୟ,,,।।୨


ଜୀବନ ଗଳ୍ପର ଶବ୍ଦ ଆଳାପରେ

ଆଙ୍କିଛି ନିଜର ଛବି

ସମ୍ପର୍କ ଡୋରିରେ ଛନ୍ଦିବା ଆଗରୁ

ଡୁବିଛି ପଶ୍ଚିମେ ରବି,,,।।୩


ସମୟ ରଜୁର ସଦୃଢ଼ ବନ୍ଧନ

ମଳୟର ଆବାହନ

ମେଲିଯାଏ ଶାଖା ପ୍ରଶାଖାର ହାତ

କଳିକାର ପ୍ରହସନ,,,।।୪


ବୟସ ଲାଳସା ଆଜିବି ଝୁମୁଛି

ମୃଦୁ ମଧୁ ସଂଚାରଣେ

କୁମ୍ଭାଟୁଆ ପରି ଜୀଇଁବାକୁ ପଡେ

ସବୁ ଲୋଡ଼ା ଆକାରଣେ,,,।।୫


ତାପିତ ତ୍ରସ୍ତ ଏ ହୃଦୟକୁ ଆଜି

ଆପଣାର ମନେ କରି

ଆଖି ଓଦା କରି ହସିବା ଶିଖୁଛି

ମିଛ ମାୟାକୁ ଆବୋରୀ,,,।।୬


ମନ କାଚଘର ହୁଏ ଛାରଖାର

ତୁମେ ଗଲା ପରେ ପରେ

ଜୀବନ ଖାତାରେ ଅଛିଣ୍ଡା ଅଙ୍କଟା

ଫେଡୁ ଫେଡୁ ଦିନ ସରେ,,,।।୭


ହରିଗଲା ପରେ ଜୀବନ ଜୁଆରେ

ଦୁନିଆ ଲାଗୁଛି ବିଷ

କା ଆଗେ କହିବି ଜୀବନ କାହାଣୀ

କିଏ କରିବ ବିଶ୍ୱାସ,,,,।।୮



ପ୍ରଦୀପ ବନ୍ଧ, ଭଦ୍ରକ ବାସୁଦେବପୁର

ରାଜଘରପୋଖରୀ, ସାନମଛୁଆଘାଇ

ମୋ--୮୦୭୨୭୮୩୨୨୦,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍