STORYMIRROR

Geeta Sarangi

Others

2  

Geeta Sarangi

Others

ଜୀବନ ଗୀତା- ୯

ଜୀବନ ଗୀତା- ୯

1 min
13.3K


ଜୀବନ ଗୀତା- ୯ 
 
ବେଳେବେଳେ ଭୁଲ୍ ହୁଏ ଜୀବନର ଅଙ୍କକଷା
କଷିକଷି ସରେନାହିଁ ଚକ୍ରବୄଦ୍ଧି ସୁଧକଷା ॥୦॥
 
ଖସିଯାଏ ବଳ ବୟସ ହେଲେ
ସରେନାହିଁ ଭାଗମାପ
ବସିଯାଏ କଟି କମର ହେଲେ
ସରେନାହିଁ ମାପଚୁପ
ତୁଚ୍ଛାଟାରେ ହେଉଥାଏ ଖାଲିଯାହା ଲୋକହସା ॥୧॥
 
ସରିଯାଏ ମାସ ବରଷ ହେଲେ
ସରେନାହିଁ ଘରକରା
ମରିଯାଏ ପ୍ରେମ ସୋହାଗ ହେଲେ
ଛିଡେନି ବଂଧନ ପରା
ପବନରେ ହଲୁଥାଏ ବାଇଚଢେଇର ବସା ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍