STORYMIRROR

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା- ୮

ଜୀବନ ଗୀତା- ୮

1 min
27.3K


ଜୀବନ ଗୀତା- ୮
 
 
ଦୁଃଖ ଜୀବନର ଚିରଦିନ ସାଥୀ
ସୁଖ ଅଦିନ ଅତିଥି
ଦେଖାଦେଇ ପୁଣି ଚାଲିଯାଏ ଛାଡି
ଦୁଃଖ ପାଖେଥାଏ ନିତି ॥୦॥
 
ଦୁଃଖ ମୋର ହେଲେ ପଉଷ ପତର ଲୁହ
ସୁଖ ଅଟେ ମୋର ଫଗୁଣ ଫୁଲର ମୋହ
ଟୋପା ଟୋପା ଲୁହ ଧୋଇଦିଏ ଯେତେ କୋହ
ମୁଠା ମୁଠା ମୋହ ଭରିଦିଏ ଦେହେ ଦାହ
ଦୁଃଖ ହାତ ଧରି ଚାଲିଥିଲା ବେଳେ
ସୁଖ ଧରିଥାଏ ବତି ॥୧॥
 
ସୁଖ ସାଜେ କେବେ ମାୟାର ଘନ କୁହୁଡି
ଦୁଃଖ କିଂତୁ ଜୀବନେ ପ୍ରିୟ ଅଂଧ ଲଉଡି
ଧୂଆଁ ଧୂଆଁ କୁହୁଡିରେ ଦିଶେନାହିଁ ପଥ
ନୂଆ ନୂଆ ସଂକଟରେ ଦୁଃଖ ଟାଣେ ରଥ
ଜୀବନ ରଥର ସାରଥି ମୋ ଦୁଃଖ
ସୁଖ ଛିଟ ପ୍ରଜାପତି ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍