STORYMIRROR

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା- ୬

ଜୀବନ ଗୀତା- ୬

1 min
25.8K


ଜୀବନ ଗୀତା- ୬
  
ଜୀବନଟା କେବେ ଫଗୁଣ ମାସର
ରଂଗୀନ୍ ଫୁଲର ହାଟ
କେବେ ପୁଣି ସିଏ ଅବଧାନଙ୍କର
ସରୁଆ ନହକା ଛାଟ ॥୦॥
 
କେତେବେଳେ ସିଏ ହସର ଫୁଆରା
ଖୁସିର ମଧୁର ଝର
କେତେବେଳେ ପୁଣି ଲୁହନଈ ହେଇ
ମନ କରେ କଲବଲ
କେବେପୁଣି ଦିନେ ମନକୁ ମନ ସେ
ଯୋଡିଦିଏ ସବୁ ଫାଟ ॥୧॥
 
କେତେବେଳେ ସିଏ ପ୍ରୀତିର ଖେଳରେ
ପୀରତି ପଖଳା ପ୍ରାଣ
କେତେବେଳେ ପୁଣି ବିରସେ ମାରଇ
ବିପରୀତ କାମବାଣ
କେବେପୁଣି ସିଏ ଖୋଲିଦିଏ ଆସି
ଚୋରା ପୀରତିର ବାଟ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍