STORYMIRROR

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା- ୫

ଜୀବନ ଗୀତା- ୫

1 min
26.7K


ଜୀବନ ଗୀତା- ୫ 
 
ଜୀବନ ଏକ ଏମିତି ଶବ୍ଦ
ଜଟିଳ ତା ପରିଭାଷା
ଜୀବନ ଏକ ଏମିତି ଯୁଦ୍ଧ
ସରେନାହିଁ ତାର ନିଶା ॥୦॥
 
ଜନମଠୁୁଁ ମୃତ୍ୟୁ ଯାଏ
ଯୁଦ୍ଧ ଖାଲି ଚାଲିଥାଏ
କେବେ ହାରିଯାଏ ସିଏ
କେବେ ପୁଣି ଜିତିଯାଏ
ଲୁହନଈ ହେଇ ହସମହୁ ହେଇ
ସେତ ଖାଲି ଝରୁଥାଏ
ଜୀବନ ଏକ ଏମିତି ମଦ
ବଢାଇ ଦିଏ ସେ ତୃଷ୍ଣା ॥୧॥
 
ଜୀବନ ଯନ୍ତ୍ରଣା କେହି
ପାରିନାହିଁ ତ ଏଡାଇ
ମୃଗତୃଷ୍ଣା ପଛେ ଧାଇଁ
ପାଣି ଟୋପେ ପାଏନାହିଁ
କେବେ କଣ୍ଟା ହେଇ କେବେ ଫୁଲ ହେଇ
ସେତ ଦିଏ ଚମକାଇ
ଜୀବନ ଏକ ଏମିତି ସ୍ୱପ୍ନ
ବଢାଇ ଦିଏ ସେ ଆଶା ॥୨॥


Rate this content
Log in