ଜୀବନ ଗୀତା-୪୩୪
ଜୀବନ ଗୀତା-୪୩୪
1 min
245
ଜୀବନର ଜଟିଳତା
ଦେଖିନାହିଁ ଯିଏ
ଗହନ ଜୀବନ କଥା
ଜାଣିନାହିଁ ସିଏ ॥୦॥
ହାତରେ ପାଦରେ ପିନ୍ଧି ବେଡି
ଜୀବନ ଧାଉଁଛି ଉଠିପଡି
ଦୁନିଆଟା ପରା କାରୁଣ୍ୟର କାରା
ତାହାରି ଭିତରେ ଖୋଜେ
ଖୁସି ଚିରୁଳାଏ ॥୧॥
ଲୁହର ସାଗରେ ବୁଡିବୁଡି
ମୁକ୍ତା ଖୋଜୁଖୋଜୁ ଛିଡେ ଧଡି
ଓଠରେ ତାହାର ହସର ଜୁଆର
ଭଂଗା ଶାମୁକା ଶେଷକୁ
ଆଣି ଦେଇଥାଏ ॥୨॥
