STORYMIRROR

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୪୩୨

ଜୀବନ ଗୀତା-୪୩୨

1 min
230

ସମୟ ତ ଖେଳୁଥାଏ

ଜୀବନ ସାଥେ

ମତେ ଛୁଁ ବୋଲି ଧାଏଁ

ଅପଥ ପଥେ ॥୦॥

ସାଥିରେ ତାହାର ତାଳ

ଦେଇ ଧାଇଁଧାଇଁ

ମୁହଁମାଡି ପଡେ କେବେ

ରାସ୍ତାରେ ଆଣ୍ଠେଇ

ଘଡିଏ ପହରେ ବସି

ଯାଏ ସେ ପଥେ ॥୧॥

ସମୟ ସୁସୁରି ମାରି

ଯେବେ ଡାକିଦିଏ

ଜୀବନ ତ ଦଉଡାରେ

ପୁଣି ମାତିଯାଏ

ଉଡିବାକୁ ଚାହେଁ ଚଢି

ସମୟ ରଥେ ॥୨॥



Rate this content
Log in