STORYMIRROR

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୪୩୨

ଜୀବନ ଗୀତା-୪୩୨

1 min
233

ସମୟ ତ ଖେଳୁଥାଏ

ଜୀବନ ସାଥେ

ମତେ ଛୁଁ ବୋଲି ଧାଏଁ

ଅପଥ ପଥେ ॥୦॥

ସାଥିରେ ତାହାର ତାଳ

ଦେଇ ଧାଇଁଧାଇଁ

ମୁହଁମାଡି ପଡେ କେବେ

ରାସ୍ତାରେ ଆଣ୍ଠେଇ

ଘଡିଏ ପହରେ ବସି

ଯାଏ ସେ ପଥେ ॥୧॥

ସମୟ ସୁସୁରି ମାରି

ଯେବେ ଡାକିଦିଏ

ଜୀବନ ତ ଦଉଡାରେ

ପୁଣି ମାତିଯାଏ

ଉଡିବାକୁ ଚାହେଁ ଚଢି

ସମୟ ରଥେ ॥୨॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍