STORYMIRROR

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୪୩୧

ଜୀବନ ଗୀତା-୪୩୧

1 min
332

ଜୀବନ ସାଗରେ ସଂପର୍କର ଢେଉ

ଉଠୁଥାଏ ପଡୁଥାଏ

ଆଜି ଯିଏ ବଂଧୁ କାଲିକି ସେ ଶତ୍ରୁ

ତାଲିକାରେ ଗଣାହୁଏ ॥୦॥

ବିଶ୍ୱାସର ମୂଳଦୁଆ

ଯାଏ ଯେବେ ଦୋହଲି

ସଂପର୍କ ତାସ୍​ର ଘର

ପରି ପଡଇ ଗଳି

ତା ଦେହରେ ଯେତେ ଯୋଡାତାଳି ଦେଲେ

ଆଉତ ଯୋଡି ନହୁଏ ॥୧॥

ଆବେଗର ଯାଗା ଯେବେ

ନେଇଯାଏ ହିସାବ

ଡେରି ଲାଗେନାହିଁ ଶତ୍ରୁ

ପାଲଟଇ ବାଂଧବ

ସଂପର୍କତ ଭାସିଯାଏ ସତେଅବା

ସୁଅ ମୁହେଁ କୁଟା ଖିଏ ॥୨॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍