ଜୀବନ ଗୀତା-୪୧୬
ଜୀବନ ଗୀତା-୪୧୬
1 min
687
ଜୀବନ ରାଗରେ
ସମୟ ତ ରଂଗମୟ
କେବେ ହରାଭରା
କେବେପୁଣି ମରୁମୟ ॥୦॥
ଋତୁ ଆସେ ଋତୁ ଯାଏ
ଝରାପତ୍ର ଝରିଯାଏ
ଆଜିର ଫୁଲ କାଲିକୁ ବାସି
ମଉଳି ଯାଇ ପଡଇ ଖସି
ଆଜି ବାସହୀନ
କାଲିଥିଲା ବାସ୍ନାମୟ ॥୧॥
ସୂର୍ଯ୍ୟ ଉଏଁ ସଞ୍ଚ ନଏଁ
ନୀଡେ ପକ୍ଷୀ ଫେରିଯାଏ
ମୁକୁଳା ପକ୍ଷୀ ଉଡେ ଆକାଶେ
ଭଉଁରି କାଟି ତଳକୁ ଖସେ
ପଞ୍ଜୁରି ପକ୍ଷୀର
ଉଡାଣକୁ ଭାରି ଭୟ ॥୨॥
