STORYMIRROR

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୪୧୩

ଜୀବନ ଗୀତା-୪୧୩

1 min
184


ଜୀବନର ପକ୍ଷୀ ସବୁ ମେଳିବାଂଧି

ଆକାଶରେ ଉଡୁଥାଏ

ଉଡୁଉଡୁ ପୁଣିକେବେ ଗୋଟେ ପକ୍ଷୀ

ବହୁଦୂର ଚାଲିଯାଏ ॥୦॥

ଯେତେ ଉଚ୍ଚତାକୁ ଛୁଇଁଲେବି

ଝୁରିହୁଏ ସାଂଗସାଥୀ

ଏକୁଟିଆ ହୋଇ ମନଦୁଃଖେ

ବିତୁଥାଏ ଦିନରାତି

ନିଃସଗଂତା କେବେ ଛାଡେନାହିଁ ପିଛା

ସଦା ଜାଳି ମାରୁଥାଏ ॥୧॥

ସାରା ଆକାଶକୁ ପାଇଲେବି

ମନେପଡେ ତାର ମାଟି

ମାଟିମାଆ ସାଥେ ବିତିଥିବା

ସମୟ ଅସଲ ଖାଣ୍ଟି

ପିଲାବେଳ କଥା ମନେପଡି ସବୁ

କୋହ ଖାଲି ଉଠୁଥାଏ ॥୨॥




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍